ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଥିଲା ରୋମାଞ୍ଚକର । ଅଷ୍ଟ୍ରେଲିଆ ଟିମ୍ ଭାରତୀୟ ବ୍ୟାଟରଙ୍କୁ ମାତ୍ର ୪୯.୪ ଓଭରରେ ୧୫୦ ରନରେ ଅଲ୍ଆଉଟ୍ କରିବାରେ ସଫଳ ହେଲା । ପ୍ରଥମ ପାଳିରେ ଶସ୍ତାରେ ଆଉଟ୍ ହେବା ପରେ ଲାଗୁଥିଲା ଟିମ୍ ଇଣ୍ଡିଆ ବ୍ୟାକ୍ ଫୁଟରେ ରହିବ । କିନ୍ତୁ ଭାରତୀୟ ଦ୍ରୁତ ବୋଲର ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଇଁ ଖାସ୍ ରଣନୀତି ସହ ଓହ୍ଲାଇଥିଲା । ଅଧିନାୟକ ଜଶପ୍ରୀତ ବୁମରାଙ୍କ ଅଷ୍ଟ୍ରେଲିଆର ଟପ୍ ଅର୍ଡରକୁ ଧ୍ୱସ୍ତ କରି ଭାରତୀୟ ଟିମର ଜୋରଦାର କମବ୍ୟାକ୍ କରାଇଛନ୍ତି ।
ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ୧୯୮୦ ମସିହା ପରେ ଦ୍ୱିତୀୟ ଥର ପାଇଁ ନିଜ ମାଟି ୪୦ ରନ୍ ଭିତରେ ନିଜର ୫ ୱିକେଟ୍ ହରାଇଛି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୧୬ ମସିହାରେ ଅଷ୍ଟ୍ରେଲିଆ ହୋବର୍ଟରେ ଖେଳାଯାଇଥିବା ମୁକାବିଲାରେ ୧୭ ରନ୍ ଭିତରେ ପାଞ୍ଚ ୱିକେଟ୍ ହରାଇଥିଲା । ପର୍ଥ ଟେଷ୍ଟର ପ୍ରଥମ ଦିନର ତୃତୀୟ ସେସନରେ ଅଷ୍ଟ୍ରେଲିଆ ଟିମ୍ ୭ ୱିକେଟ୍ ହରାଇଛି । ଅଷ୍ଟ୍ରେଲିଆ ଟିମ୍ ୩୮ ରନ୍ରେ ନିଜ ଅଧା ୱିକେଟ୍ ହରାଇଥିଲା ।
ଦୁନିଆର ଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରେ ସାମିଲ ବୁମରା ୧୦ ଓଭରରେ ୧୭ ରନ୍ ଦେଇ ୪ ୱିକେଟ୍ ନେଇଛନ୍ତି । ମହମ୍ମଦ ସିରାଜ ୯ ଓଭରରେ ୧୭ ରନ୍ ଦେଇ ଦୁଇ ୱିକେଟ୍ ଏବଂ ନିଜର ପ୍ରଥମ ମ୍ୟାଚ୍ରେ ହର୍ଷିତ ରାଣା ୮ ଓଭରରେ ୩୩ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଛନ୍ତି ।
ବର୍ଡର-ଗାଭାସ୍କର ଟ୍ରଫିର ଆରମ୍ଭ ଆଶାଠାରୁ ଅଧିକ ରୋମାଞ୍ଚକର ରହିଛି । ପ୍ରଥମ ଦିନର ଖେଳ ଶେଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୬୭ ରନ୍ କରି ୭ ୱିକେଟ୍ ହରାଇଛି । ଏହା ପୂର୍ବରୁ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ଭାରତୀୟ ଟିମ୍ ପାଖରେ ୮୩ ରନ୍ ଲିଡ୍ ରହିଛି ।