‘Y’ ବର୍ଗ ସିକ୍ୟୁରିଟୀ ସତ୍ତ୍ବେ ବାବା ସିଦ୍ଦିକିଙ୍କୁ ହତ୍ୟା; ମହାରାଷ୍ଟ୍ର ସରକାରଙ୍କୁ ଘେରିଲେ ବିରୋଧୀ

Published By : Prameya-News7 Bureau | October 13, 2024 IST

ନୂଆଦିଲ୍ଲୀ: ମୁମ୍ବାଇରେ ଠିକ୍‌ରେ ସଂଧ୍ୟା ହୋଇନଥାଏ । ସୂର୍ଯ୍ୟାସ୍ତକୁ ମାତ୍ର ଦେଢ଼ ଘଣ୍ଟା ହୋଇଥିଲା । ଏହି ସମୟରେ ବନ୍ଧୁକର ଗର୍ଜନରେ କମ୍ପିଥିଲା ବାନ୍ଦ୍ରା ଅଞ୍ଚଳ । କେହି କିଛି ଭାବିବା ପୂର୍ବରୁ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ହୋଇଯାଇଥିଲା । ୩ଜଣ ଦୁର୍ବୃତ୍ତ ବିଚ୍ ରାସ୍ତାରେ ଅତର୍କିତ ଭାବେ ବାବା ସିଦ୍ଦିକିଙ୍କୁ ଗୁଳିମାଡ଼ କରିଥିଲେ । ଗୁଳି ଛାତି ଏବଂ ପେଟରେ ବାଜିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଜଣେ ହେଭିଓ୍ବେଟ୍ ନେତାଙ୍କୁ ଖୁଲମଖୁଲା ଗୁଳି ମାରିବା ଘଟଣା ପୁରା ମୁମ୍ବାଇରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୁମ୍ବାଇ ପୋଲିସ ଏହାକୁ ସୁପାରୀ କିଲିଂ ବୋଲି ଆଶଙ୍କା କରିଛି । ଏହି ଘଟଣା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର୍ ହେବାରେ ସଫଳ ହୋଇଛି । ବିଜୟାଦଶମୀ ଅବସରରେ ଲୋକେ ବାବା ସିଦ୍ଦିକଙ୍କ କାର୍ଯ୍ୟାଳୟରେ ଆତସବାଜି ଫୁଟାଉଥିଲେ । ସମୟ ପ୍ରାୟ ୯ଟା ୧୫ ହେବ ଏହି ସମୟ ବାବା ସିଦ୍ଦିକ ଏବଂ ତାଙ୍କ ପୁଅ ଜିଶାନ ସିଦ୍ଦିକି ଅଫିସରୁ ବାହାରିଥିଲେ । ଏହି ସମୟରେ ଏନସିପି ବରିଷ୍ଠ ନେତା ବାବା ସିଦ୍ଦିକିଙ୍କ ଉପରକୁ ତିନି ଜଣ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଏଥିରେ ତିନୋଟି ଗୁଳି ଏନସିପି ନେତାଙ୍କ ଉପରେ ବାଜିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରରେ ସେଠାରେ ମୃତ ଘୋଷିତ କରିଥିଲେ । 

ଏନେଇ ଖବର ମିଳିବା ପରେ ମୁମ୍ବାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଘଟଣାରୋ ପୋଲିସ ୨ଜଣଙ୍କ ଗିରଫ  କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର୍ ହେବାରେ ସଫଳ ହୋଇଛି । ଗିରଫ  ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଉତ୍ତରପ୍ରଦେଶର ଏବଂ ଅନ୍ୟଜଣେ ହରିୟାଣାର ବୋଲି ଜଣାପଡ଼ିଛି । ବାବା ସିଦ୍ଦିକିଙ୍କୁ ଗୁଳି ଲାଗିବା ଖବର ମିଳିବା ପରେ ମହାରାଷ୍ଟ୍ର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନଭିସ୍ ଲୀଳାବତୀ ହସ୍ପିଟାଲରେ ପହଞ୍ଚିଥିଲେ । 

ଚଳିତ ବର୍ଷ ବାବା ସିଦ୍ଦିକି କଂଗ୍ରେସରୁ ଇସ୍ତଫା ଦେଇ ଏନସିପିରେ ସାମିଲ୍ ହୋଇଥିଲେ । ୧୫ ଦିନ ପୂର୍ବରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଥିଲା । ଏହା ପରେ ତାଙ୍କୁ ‘Y’ କାଟାଗୋରୀ ସୁରକ୍ଷା ବ୍ୟବସ୍ଥା ମିଳିଥିଲା । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିଲେ ମଧ୍ୟ ବାବା ସିଦ୍ଦିକିଙ୍କୁ ମାରିବାକୁ ସଫଳ ହୋଇଥିଲେ ଦୁର୍ବୃତ୍ତ । ‘Y’ କାଟାଗୋରୀ ସିକ୍ୟୁରିଟୀ ସତ୍ତ୍ବେ କିଭଳି ହତ୍ୟା କରାଗଲା ତାହା ଏବେ ପ୍ରଶ୍ନବାଚୀ ହୋଇଛି । ରାଜନୈତିକ ପାର୍ଟିମାନେ ମହାରାଷ୍ଟ୍ରର ଆଇନ ବ୍ୟବସ୍ଥାକୁ ନେଇ ବିରୋଧ ସରକାରଙ୍କୁ ଘେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.