ନିଖୋଜର ୪ ପରେ ବି ମିଳୁନି ନିମାନନ୍ଦଙ୍କ ପତ୍ତା, ବଛା ବଛା ଅଧିକାରୀଙ୍କୁ ନେଇ ଚାଲିଛି ତଦନ୍ତ

Published By : Prameya-News7 Bureau | February 16, 2025 IST

ବଡ଼ବିଲ ୧୬।୦୨ : ବଡବିଲର ଗ୍ରେୱାଲ୍ ମିନେରାଲ୍ସ ଏଣ୍ଡ୍ ମେଟାଲ୍ସର ବରିଷ୍ଠ ଅଧିକାରୀ ନିମାନନ୍ଦ ପ୍ରଧାନ ଅପହରଣ ଘଟଣାର ୪ ଦିନ ପରେ ବି ପୋଲିସ ହାତ ଖାଲି । ଏହି ହାଇ ପ୍ରୋଫାଇଲ୍ ଅପହରଣ ଘଟଣା ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି । 

ସେହିପରି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ବଡ଼ବିଲରେ ରହି ତଦନ୍ତକୁ ତଦାରଖ କରୁଛନ୍ତି । ଜିଲ୍ଲାର ବଛାବଛା ପୋଲିସ୍ ଅଫିସରଙ୍କୁ ତଦନ୍ତରେ ନିୟୋଜିତ କରାଯାଇଛି । ଅପରାଧୀଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ଝାଡ଼ଖଣ୍ଡ ଯାଇଥିବା କୁହାଯାଉଛି । ତେବେ ଏଯାଏଁ ଅପହୃତ ନିମାନନ୍ଦ କିମ୍ବା ତାଙ୍କ ଡ୍ରାଇଭର ଫିରୋଜଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିପାରିନି । ନିମାନନ୍ଦ ଡାଏବେଟିସ ରୋଗୀ ହୋଇଥିଲା ବେଳେ, ସେ କିଡନୀ ରୋଗ ପାଇଁ ମଧ୍ୟ ନିୟମିତ ଔଷଧ ଖାଉଥିଲେ । ଏବେ ସେ କେଉଁଠି ଓ କିପରି ଅଛନ୍ତି, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ରହିଛି । ଏ ସବୁକୁ ନେଇ ଆଶଙ୍କା ଲାଗି ରହିଛି । ଫୋନ୍ କଲ୍ ଡିଟେଲ୍ସ, ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଝାଡ଼ଖଣ୍ଡ ପୋଲିସ୍ ସହାୟତାରେ ଅପରାଧୀଙ୍କ ପାଖରେ ପୋଲିସ ପହଞ୍ଚିବାକୁ ଚେଷ୍ଟା ଚଳାଇଛି ।

  • odisha
  • OdishaNews
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.