ନିଶା କାରବାରର ହବ୍ ପାଲଟିଲାଣି ରାଜଧାନୀ, ମୃଦୁପାନୀୟରୁ ମଦ ମିଳିବା ପରେ ପାନ ଦୋକାନରୁ ଜବତ ହେଲା ଗଞ୍ଜେଇ

Published By : Prameya-News7 Bureau | March 22, 2025 IST

ଭୁବନେଶ୍ବର ୨୨।୩: ଗତକାଲି ମୃଦୁପାନୀୟରୁ ମଦ ଆଉ ଆଜି ପାନ ଦୋକାନରୁ ଗଞ୍ଜେଇ । ନିଶା କାରବାରର ହବ୍ ପାଲଟିଲାଣି ରାଜଧାନୀ । ଭୁବନେଶ୍ବରରେ ଡ୍ରଗ୍ସ କାରବାର ନେଇ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଚଢ଼ାଉ କରିଥିଲା । ଚଢାଉ ବେଳେ ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ଜବତ କରିଥିଲା । ନିଶା ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ ।

ସୂଚନାଯୋଗ୍ୟ ଯେ, ରାଜଧାନୀରେ ନିଶା କାରବାର ଚାଲିଥିବା ଘଟଣା ସମ୍ପର୍କରେ ଖବର ପାଇ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଚଢାଉ କରିଥିଲା । ଜୟଦେବ ବିହାର ଛକରେ ଥିବା ଚା’ ଓ ପାନ ଦେକାନରେ ନିଶା କାରବାର ଚାଲିଥିବା ନେଇ ଖବର ମିଳିଥିଲା । ସନ୍ଧାନୀ କୁକୁରଙ୍କୁ ସାଥିରେ ନେଇ ଜୟଦେବ ବିହାର ଛକରେ ଥିବା ଏକାଧିକ ଦୋକାନରେ ଚଢାଉ କରାଯାଇଥିଲା । ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ମଧ୍ୟ ଜବତ କରିଥିଲା ପୋଲିସ । 

ଏ ନେଇ ଅଧିକ ତଦନ୍ତ ଜାରି ରଖିବା ସହ ଛାନଭିନ ଚଳାଇଛି ପୋଲିସ । କେଉଁଠୁ ଏହି ଗଞ୍ଜେଇ ଆସୁଥିଲା ? କିଏ ଏସବୁ ଯୋଗାଉଥିଲା ? ଆଉ କେଉଁଠି କେଉଁଠି ଏସବୁ ଯୋଗାଯାଉଥିଲା ? ଏସବୁର ତଥ୍ୟ ହାସଲ କରିବାରେ ଲାଗିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍ ।

You Can Read:

ବ୍ରଜରାଜନଗରରେ କ୍ରାଇମବ୍ରାଞ୍ଚର ତଦନ୍ତ, ଗୋପାଳ ଦାସ ହାତରୁ ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କୁ ପଚରାଉଚରା


 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.