ଆନ୍ଦୋଳନ ଜାରି ରହିବ, ଚାକିରି ଦାୟିତ୍ଵ ବି ରହିଛି; ଧାରଣାରୁ ପଛକୁ ହଟିବା ଖବର ଉପରେ ରେସଲରଙ୍କ ଜବାବ

Published By : Prameya-News7 Bureau | June 05, 2023 IST

ନୂଆଦିଲ୍ଲୀ: ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନରୁ ପଛକୁ ହଟିବା ଖବର ମଧ୍ୟରେ ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ବୟାନ ସାମ୍ନାକୁ ଆସିଛି। ଉଭୟ କୁସ୍ତିଯୋଦ୍ଧା ଏହି ଖବରକୁ ଗୁଜବ ବୋଲି କହିଛନ୍ତି। ଭାରତୀୟ କୁସ୍ତି ମହାସଂଘର ତତ୍କାଳୀନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଗତ ଏକ ମାସରୁ ଅଧିକ ସମୟ ଧରି ଜାରି ଆନ୍ଦୋଳନରୁ ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲିକ ପଛକୁ ହଟିଥିବା ଖବର ସାମ୍ନାକୁ ଆସିଥିଲା। ଏହା ମଧ୍ୟ କୁହାଯାଉଥିଲା ଯେ, ଭିନେଶ ଫୋଗାଟ୍ ଏବଂ ବଜରଙ୍ଗ ପୁନିଆ ମଧ୍ୟ ଶୀଘ୍ର ଆନ୍ଦୋଳନରୁ ଓହରିବେ।

ରିଓ ଅଲିମ୍ପିକର କାଂସ୍ୟ ପଦକ ବିଜେତା ସାକ୍ଷୀ ମଲିକ ଟୁଇଟ୍ କରିଛନ୍ତି ଯେ, ଏହି ଖବର ସଂପୂର୍ଣ୍ଣ ଭିତ୍ତିହୀନ। ନ୍ୟାୟର ଏହି ଲଢେଇରେ ଆମେ ପଛକୁ ହଟିନୁ ନା ହଟିବୁ। ସେ ଏହା ମଧ୍ୟ ଲେଖିଛନ୍ତି, ସତ୍ୟାଗ୍ରହ ସହିତ ରେଲଓ୍ଵେରେ ନିଜର ଦାୟିତ୍ଵ ବି ନିଭାଇବୁ। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ। ଦୟା କରି ଭୁଲ୍ ଖବର ପ୍ରସାରଣ କରନ୍ତୁ ନାହିଁ। ଏହା ପୂର୍ବରୁ ତାଙ୍କ ସ୍ଵାମୀ ସତ୍ୟବ୍ରତ କାଦିୟାନ ମଧ୍ୟ ଆନ୍ଦୋଳନରୁ ପଛକୁ ହଟିବା ଖବରକୁ ଭୁଲ୍ ବୋଲି କହିଥିଲେ।

आंदोलन यूं ही चलेगा, नौकरी तो जिम्मेदारी है; धरने से हटने की खबर पर बोले साक्षी और बजरंग पूनिया

ସେହିପରି ଟୋକିଓ ଅଲିମ୍ପିକ କାଂସ୍ୟ ପଦକ ବିଜେତା ବଜରଙ୍ଗ ଟୁଇଟ୍ କରିଛନ୍ତି, ଆନ୍ଦୋଳନ ପ୍ରତ୍ୟାହାର ଖବର ଗୁଜବ ଅଟେ। ଆମକୁ କ୍ଷତି ପହଞ୍ଚାଇବା ପାଇଁ ଏହି ଖବର ପ୍ରଚାର କରାଯାଉଛି। ନା ଆମେ ପଛକୁ ହଟିବୁ ନା ଆନ୍ଦୋଳନ ପ୍ରତ୍ୟାହାର କରିବୁ। ମହିଳା ପହିଲମାନଙ୍କ ଏଫଆଇଆର ପ୍ରତ୍ୟାହାର ଖବର ମିଛ ଅଟେ। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ।

wp:html /wp:html

ଏହା ପୂର୍ବରୁ ଶନିବାର  ପହିଲମାନମାନେ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଥିଲେ। ସାକ୍ଷୀ ମଲିକଙ୍କ ସ୍ଵାମୀ କାଦିୟାନ କହିଛନ୍ତି, ସେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ବ୍ରିଜଭୂଷଣଙ୍କୁ ଗିରଫ କରିବା ଦାବି ପ୍ରସଙ୍ଗ ଉଠାଇଥିଲେ କୁସ୍ତିଯୋଦ୍ଧା। କିନ୍ତୁ ବୈଠକରୁ କୌଣସି ନିଷ୍କର୍ସ ବାହାରି ନଥିଲା। ଆମକୁ ଗୃହ ମନ୍ତ୍ରୀଙ୍କଠୁ ଯେଉଁ ପ୍ରତିକ୍ରିୟା ମିଳିବାର ଥିଲା ତାହା ମିଳିନଥିଲା। ତେଣୁ ଆମେ ବୈଠକରୁ ଉଠି ଆସିଲୁ। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ସାକ୍ଷୀଙ୍କ ସ୍ଵାମୀ କହିଛନ୍ତି।

Wrestlers Sakshi Malik and Bajrang Punia address a press conference during their ongoing protest against the alleged sexual harassment of women wrestlers by Wrestling Federation of India (WFI) chief Brij Bhushan Sharan Singh, in New Delhi.(PTI file)

ସୂଚନାଯୋଗ୍ୟ, ୭ ମହିଳା କୁସ୍ତିଯୋଦ୍ଧା ଏପ୍ରିଲ ୨୧ରେ ବ୍ରିଜଭୂଷଣ ସିଂଙ୍କ ବିରୋଧରେ କନ୍ନଟ ପ୍ଲେସ୍ ଥାନାରେ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶ ଏବଂ ଅଭିଯୋଗ ଆଧାରରେ ଏପ୍ରିଲ ୨୮ରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ୨ଟି ମାମଲା ରୁଜୁ କରିଥିଲେ। ପ୍ରଥମ ଏଫଆଇଆର ଜଣେ ନାବାଳିକା ରେସଲରଙ୍କ ଅଭିଯୋଗକ୍ରମେ ତାଙ୍କ ବିରୋଧରେ ପୋକ୍ସୋ ଆଧାରରେ ମାମଲା ରୁଜୁ କରାଯାଇଛି। ଦ୍ଵିତୀୟ ଏଫଆଇଆର ଅନ୍ୟ ପହିଲମାନଙ୍କ ଦ୍ଵାରା ଲଗାଯାଇଥିବା ଯୌନ ଉତ୍ପୀଡ଼ନ ସମ୍ବନ୍ଧିତ ରହିଛି।

wp:heading {"level":4}

ଏ ଖବର ପଢନ୍ତୁ- ଜୁନ ୯ ସୁଦ୍ଧା ବ୍ରିଜଭୂଷଣଙ୍କୁ ଗିରଫ ନକଲେ… ରାକେଶ ଟିକାୟତଙ୍କ କେନ୍ଦ୍ରକୁ ଚେତାବନୀ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.