ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ; ଧାର୍ମିକ ସ୍ଥଳ ଓ ପବ୍ଲିକ୍‌ ପ୍ଲେସ୍‌ରେ ବ୍ୟାନ୍ ହେଲା ଲାଉଡ୍ ସ୍ପିକର

Published By : Prameya-News7 Bureau | December 13, 2023 IST

ଭୋପାଳ: ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବଡ଼ ପଦକ୍ଷେପ ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ଧାର୍ମିକ ସ୍ଥଳରେ ବ୍ୟାନ୍ ହେଲା ଲାଉଡ୍ ସ୍ପିକର। କେବଳ ଧାର୍ମକ ସ୍ଥଳ ନୁହେଁ, କୌଣସି ପବ୍ଲିକ୍ ପ୍ଲେସ୍‌ରେ ଲାଉଡ୍ ସ୍ପିକର ବାଜିପାରିବ ନାହିଁ ବୋଲି ମଧ୍ୟ ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଜୁଲାଇ ୨୦୦୫ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକ୍ରମେ ଏହି ଅର୍ଡର ଦିଆଯାଇଛି। କେବଳ ଜରୁରୀ କାଳୀନ ସ୍ଥିତିକୁ ଛାଡ଼ି ଦେଲେ ଧାର୍ମିକ ସ୍ଥଳ ସର୍ବସାଧାରଣ ସ୍ଥାନରେ ରାତି ୧୦ଟା ରୁ ସକାଳ ୬ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଲାଉଡ୍ ସ୍ପିକରକୁ ବ୍ୟାନ୍ କରିଥିଲେ ସୁପ୍ରିମକୋର୍ଟ। ଏଥିରେ ଶବ୍ଦ ପ୍ରଦୂଷଣ ହେବା ସହ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି ବୋଲି କୋର୍ଟ କହିଥିଲେ। ତେବେ ପର୍ବପର୍ବାଣୀ ସମୟରେ ବର୍ଷକରେ ୧୫ ଦିନ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଲାଉଡ୍‌ ସ୍ପିକର ବାଜି ପାରିବ ବୋଲି କୋର୍ଟ ୨୦୦୫ ଅକ୍ଟୋବର ୨୮ରେ ରାୟ  ଶୁଣାଇଥିଲେ।    

ଏହା ପୂର୍ବରୁ ଆଜି ସକାଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡ. ମୋହନ ଯାଦବ । ସେହିପରି ୨ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ରାଜ୍ୟପାଳ ମଙ୍ଗୁଭାଇ ସି. ପଟେଲ୍ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ  ଜଗଦୀଶ  ଦେୱଡ଼ା  ଓ ରାଜେନ୍ଦ୍ର ଶୁକ୍ଳା ଶପଥ ନେଇଛନ୍ତି। ଭୋପାଳରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.