ଡାଳିଯୋଡ଼ା ବନାଞ୍ଚଳ ପକ୍ଷରୁ ବନମହୋତ୍ସବ ପାଳିତ, ସାମିଲ ହେଲେ ବଡ଼ଚଣା ବିଧାୟକ

Published By : Prameya-News7 Bureau | July 04, 2024 IST

ଚଣ୍ଡିଖୋଲ ୦୪।୦୭ : ଯାଜପୁର ଜିଲ୍ଲା କଟକ ବନଖଣ୍ଡ ଅଧିନ ଡାଳିଯୋଡା ବନାଞ୍ଚଳ ପକ୍ଷରୁ ଖଣ୍ଡିଆବନ୍ଧି ଠାରେ ୭୫ ତମ ବନ ମହୋତ୍ସବ ପାଳିତ । ଏହି ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ନାୟକ ଯୋଗ ଦେଇଥିଲେ । 

ଡାଳିଯୋଡ଼ା ବନାଞ୍ଚଳ ରେଞ୍ଜର ଓ ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବିଧାୟକ ବୃକ୍ଷରୋପଣ କରିଥିଲେ । ୨୦୦୦ରୁ ଅଧିକ ବିଭିନ୍ନ ଚାରା ଗଛ ଲଗାଯାଇଥିଲା । ଯେଉଁଭଳି ଭାବେ ସାରା ବିଶ୍ୱରେ ବାୟୁମଣ୍ଡଳ ଦୂଷିତ ହୋଇଛି । ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତେ ବୃକ୍ଷ ରୋପଣ ପାଇଁ ଆଗେଇ ଆସିବା ଦରକାର ବୋଲି ବିଧାୟକ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଯେଉଁ ଆହ୍ୱାନ ରହିଛି । ମା ପାଇଁ ଗଛ ଟିଏ । ସେଥିପାଇଁ ଆଗାମୀ ଦିନରେ ମିଶନ ଶକ୍ତି ମହିଳାମାନଙ୍କୁ ଏଥିରେ ସାମିଲ କରିବା ସହ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.