୬ ଘଣ୍ଟାର ପରିଶ୍ରମ ପରେ ଧରାପଡିଲା ଭାଲୁ, ସୁରକ୍ଷିତ ସ୍ଥାନକୁ ନେଲା ବନ ବିଭାଗ

Published By : Prameya-News7 Bureau | July 16, 2024 IST

ନବରଙ୍ଗପୁର /୭: ୬ ଘଣ୍ଟାର ପରିଶ୍ରମ ପରେ ଦୁଷ୍ଟ ଭାଲୁକୁ କାବୁ କରିଛି ବନବିଭାଗ । ନନ୍ଦହାଣ୍ଡି ବ୍ଲକ ଦହଣା ପ୍ରାଥମିକ ବିଦ୍ୟାଳୟରେ ଥିବା ଭାଲୁକୁ ଟ୍ରାଙ୍କୁଲାଇଜ କରି ଧରିଛି ବନ ବିଭାଗ । ଆଜି ସକାଳୁ ସ୍କୁଲ ଖୋଲିବା ସମୟରେ ସ୍କୁଲର ନିର୍ମାଣାଧୀନ ଘର ସାମ୍ନାରେ ଭାଲୁ ଶୋଇଥିବାର ଦେଖିଥିଲେ ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟମାନେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ସଙ୍ଗେ ସଙ୍ଗେ ନବରଙ୍ଗପୁର ବିଧାୟକ ପହଞ୍ଚି ଭାଲୁକୁ କାବୁ କରିବାକୁ ବନ ବିଭାଗ ସହ ଆଲୋଚନା କରିଥିଲେ । ବନବିଭାଗ କର୍ମଚାରୀ ଓ ରାପିଡ ରେସପନ୍ସ ଟିମ୍‌ ଭାଲୁକୁ କାବୁ କରିବାକୁ ଜାଲ ବିଛାଇଥିଲେ । ଲୋକଙ୍କୁ ଦେଖି ଭାଲୁଟି ଗଛ ଉପରକୁ ଚଢିଯାଇଥିଲା । ଶେଷରେ ଭାଲୁକୁ ଟ୍ରାଙ୍କୁଲାଇଜ କରିଥିଲା ବନବିଭାଗ । ଅଚେତ ଅବସ୍ଥାରେ ଭାଲୁକୁ ତଳକୁ ଜାଲରେ ଧରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ବନ ବିଭାଗ । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.