ଅପରାଧୀ ଟୁନା ମର୍ଡର ଘଟଣାରେ ୫ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ୩ଟି ଖଣ୍ଡା ଓ ୪ଟି ମୋବାଇଲ ଜବତ

Published By : Prameya-News7 Bureau | May 31, 2024 IST

ବ୍ରହ୍ମପୁର ୩୧/୫:  ବ୍ରହ୍ମପୁର ହାଉସିଂ ବୋର୍ଡ଼ ଅଞ୍ଚଳର ଟୁନା ଦାସ ହତ୍ୟାକାଣ୍ଡ ଘଟଣାରେ 5 ଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ୫ ଅପରାଧୀଙ୍କ ଠାରୁ ୩ଟି ଖଣ୍ଡା,୪ଟି ମୋବାଇଲ ଜବତ କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିଲା ହତ୍ୟା କାଣ୍ଡ ।୫ ବର୍ଷ ପୂର୍ବରୁ ମୃତକ ଟୁନା ସହ ଅଭିଯୁକ୍ତ ଆର.ମୋହନ ରାଓର ଗଣ୍ଡଗୋଳ ହୋଇଥିଲା । କିଛି ଦିନ ତଳେ ଆର.ମୋହନଙ୍କୁ ଜୀବନରୁ ମାରିଦେବାକୁ ତା ମାଆ ଓ ଭାଇଙ୍କୁ ଟୁନା ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଧମକ ପାଇବା ପରେ ଟୁନାକୁ ରାସ୍ତାରୁ ହଟାଇବାକୁ ସହଯୋଗୀ ସହ ମିଶି  ପ୍ଲାନ କରିଥିଲା ମୋହନ । ଆଉ ଟୁନାର ପୁରା ଗତିବିଧି ଉପରେ ନଜର ରଖୁଥିଲେ ଉଭୟ । 

 ପ୍ଲାନ ଅନୁସାରେ ୨୮ ତାରିଖ ସଂଧ୍ୟାରେ ଟୁନା ହାଉସିଂ ବୋର୍ଡ ସ୍ଥିତ ଟାଟୁ ଦୋକାନରେ ଥିବାବେଳେ ୫ ଜଣ ଦୋକାନ ଭିତରେ ପଶି ଟୁନାକୁ ମରଣାନ୍ତକ ଆକ୍ରମଣ କରିଥିଲେ ।  ଟୁନା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇ ଛଟପଟ ହେଉଥିବାବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଆକ୍ରମଣକାରୀ । ଗୁରୁତର ଅବସ୍ଥାରେ ଟୁନାକୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ଟୁନା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ହୋଇଥିବାବେଳେ ତା ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ପୋଲିସ ୫ ଅଭିଯୁକ୍ତଙ୍କୁ ଧରି ଅଧିକ ଛାନଭିନ ଚଳାଇଛି । 

 

You Can Read:

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଗୁରୁତରଙ୍କ ମୃତ୍ୟୁ, ୨୪ ଜଣଙ୍କ ଚାଲିଛି ଚିକିତ୍ସା

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.