ୟୁଜର୍ସଙ୍କୁ ସତର୍କ କରାଇଲା IRCTC, ଛୋଟିଆ ଭୁଲରେ ଖାଲି ହୋଇଯିବ ଆକାଉଣ୍ଟ

Published By : Prameya-News7 Bureau | August 08, 2023 IST

ନୂଆଦିଲ୍ଲୀ: ଯଦି ଆପଣ ଆଇଆରସିଟିସି ଆପ୍‌ରେ ରେଳ ଟିକଟ ବୁକ୍ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ । କାରଣ ଆଇଆରସିଟିସି ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ଫିଶିଂ ଲିଙ୍କ କରୁଥିବା ଏକ ନକଲି ଆପ୍ ଅଭିଯାନ ବାବଦରେ ସତର୍କ କରାଇଛି । ଏହା ୟୁଜର୍ସଙ୍କୁ ନକଲି ଆଇଆରସିଟିସି ରେଳ କନେକ୍ଟ ଆପ୍ ଡାଉନଲୋଡ କରିବା ପାଇଁ ପ୍ରବର୍ତ୍ତାଉଛି । ଏହି ୟୁଜର୍ସଙ୍କୁ ଧୋକା ଦେଉଥିବା ଆପରେ ଫସାଉଛି ଏବଂ କ୍ଷତିକାରକ ଏପିକେ ଫାଇଲ ମଧ୍ୟାମରେ ମୋବାଇଲ ଫୋନକୁ ଆଟାକ୍ କରି ଚୁନ ଲଗାଉଛି । 

ପଢନ୍ତୁ: ଟେସଲା ସିଏଫଓ ହେଲେ ଭାରତୀୟ ବଂଶୋଦ୍ଭବ, ସମ୍ଭାଳିବେ ଗୁରୁ ଦାୟିତ୍ବ

ଆଇଆରସିଟିସି ୟୁଜର୍ସ କେବଳ ସୀକୃତିପ୍ରାପ୍ତ ଆପ୍ ଷ୍ଟୋର, ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରୁ ଆଇଆରସିଟିସି ଆପ୍ ଡାଉନଲୋଡ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆଇଆରସିଟିସି ୟୁଜର୍ସ କୌଣସି ସନ୍ଦିଗ୍ଧ ଗତିବିଧିର ରିପୋର୍ଟ [email protected] କିମ୍ୱା ଏହାର ୱେବସାଇଟରେ ଲିଷ୍ଟ ଗ୍ରାହକ ହେବା ହଟଲାଇନରେ କରିପାରିବେ ।

wp:html /wp:html

ଆଇଆରସିଟିସି ଆଣ୍ଡ୍ରରଏଡ ସ୍ମାର୍ଟଫୋନ ୟୁଜରଙ୍କ ପାଇଁ ଏକ ଚେତାବନୀ ଜାରି କରିଛି । ଭାରତ ସରକାରଙ୍କ ମାଲିକାନାରେ ଥିବା ସଂସ୍ଥା ଲୋକଙ୍କୁ ଏକ ନକଲି ଆଣ୍ଡ୍ରଏଡ ଆପ୍ ଉପରେ ଚେତାବନୀ ଦେଇଛି । ଚେତାବନୀ ସହ ଆଇଆରସିଟିସି ନିଜ ଗ୍ରାହକଙ୍କୁ ଏକ ମେଲ୍ ପଠାଇଛି । ଏଥିରେ ୟୁଜର୍ସଙ୍କୁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ଚାଲିଥିବା ଏହି ସ୍କାମ ବିବାଦରେ ଅବଗତ କରାଇଛି । ଆଇଆରସିଟିସି ଫେକ୍ ମୋବାଇଲ ଆପର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛି ।

Also Read: GSAT 24 ସାଟେଲାଇଟ୍‌ର ଆରମ୍ଭ, ଟାଟା ପ୍ଲେରେ ଏବେ ଦେଖିପାରିବେ ୯୦୦ ଚ୍ୟାନେଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.