ସୋସିଆଲ୍ ମିଡିଆ ମନ୍ତବ୍ୟରୁ ଭଦ୍ରକ ଅଶାନ୍ତ, ବିଳମ୍ବିତ ରାତିରେ ରାପିଡ୍ ଅକ୍ସନ ଫୋର୍ସର ଫ୍ଲାଗ୍‌ମାର୍ଚ୍ଚ

Published By : Prameya-News7 Bureau | September 29, 2024 IST

ଭଦ୍ରକ; ସୋସିଆଲ୍ ମିଡିଆ ମନ୍ତବ୍ୟକୁ ନେଇ ଭଦ୍ରକରେ ଅଶାନ୍ତି । ପୋଲିସ ଉପରକୁ ଆକ୍ରମଣ ଘଟଣାରେ ଶାନ୍ତି ବଜାଇ ରଖିବାକୁ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଅପିଲ୍ କରିଛି । ଶନିବାର ବିଳମ୍ବିତ ରାତିରେ ଭଦ୍ରକ ପୋଲିସ ଏବଂ ରାପିଡ୍ ଆକ୍ସନ ପୋଲିସ୍ ଫ୍ଲାଗ୍‌ମାର୍ଚ୍ଚ କରିଛି । ଭଦ୍ରକ ଜିଲ୍ଲାର ୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ରହିଛି । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ ରହିଛି । କୌଣସି ପ୍ରକାର ଅପ୍ରିତିକର ଘଟଣା ନଘଟିବା ପାଇଁ ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୨୧ ସଦସ୍ୟ ବିଶିଷ୍ଟ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଧାମନଗର ଓ ଦୋବଲରେ ୬ ପ୍ଲାଟୁନ ପୋଲିସ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ବିଭ୍ରାନ୍ତି କର ପୋଷ୍ଟ୍ କରିଥିବା ଅଭିଯୁକ୍ତକୁ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଅନ୍ୟପଟେ ପୋଲିସକୁ ଆକ୍ରମଣ, ମାଜିଷ୍ଟ୍ରେଟ୍‌ଙ୍କ ଗାଡ଼ି ଭାଙ୍ଗିବା ଘଟଣାକୁ ନେଇ ୭ଜଣଙ୍କୁ ପୋଲିସ ଗିରଫ କରିଥିବା ଭଦ୍ରକ ଏସପି ସୂଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.