ସୁନ୍ଦରଗଡ଼: ଟ୍ରକ୍ ଧକ୍କାରେ ଦୁଇ ହକି ଖେଳାଳି ମୃତ। ଛତିଶଗଡ଼ ଜସପୁର ଜିଲ୍ଲା ତପକରା ଥାନା ଅନ୍ତର୍ଗତ ଲୁଆକେରା କୁନ କୁରି ମୁଖ୍ୟ ରାସ୍ତା କତେଇବିରା ଠାରେ ଏକ ଟ୍ୟାଙ୍କର ଧକ୍କାରେ ଦୁଇ ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଖେଳାଳି ହେଲେ ତଳସରା ଥାନା ଅନ୍ତର୍ଗତ ରାମପୁର ପଞ୍ଚାୟତ ଲିମଡ଼ିହି ଗ୍ରାମର ସଚିନ କିଣ୍ଡୋ ଏବଂ ସୁମିଲନ ଟପ୍ପୋ।
ସୂଚନା ଅନୁଯାୟୀ, ଉଭୟ ଖେଳାଳି ଛତିଶଗଡ଼ର ଫରସାବାହାର ଗ୍ରାମ ବଳୁଆବାହାଲ ଠାରେ ହକି ଖେଳିବାକୁ ଯାଇଥିଲେ । ରାମପୁର ଲିମଡ଼ିହି ଗ୍ରାମର ଦୁଇ ଯୁବ ହକି ଖେଳାଳି ନିଜ ସ୍କୁଟିରେ ଘରକୁ ଫେରୁଥିବା ସମୟରେ କତେଇବିରା ଗ୍ରାମଠାରେ ଟ୍ୟାଙ୍କର ଧକ୍କା ଦେଇଥିଲା। ଏଥିରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ତପକରା ଥାନା ଅଧିକାରୀ ଖୋମରାଜ ଠାକୁରଙ୍କ ସୂଚନା ଅନୁଯାୟୀ ଟ୍ୟାଙ୍କର ଡ୍ରାଇଭର ଫେରାର ଥିବା ବେଳେ ସ୍କୁଟି ଏବଂ ଟ୍ରକରକୁ ଜବତ କରାଯାଇ ତଦନ୍ତ କରାଯାଉଛି।