ମଦ ପିଇ ଗାଡି ଚଳାଉଥିଲେ, କାର୍‌ରୁ ମିଳିଲା ପୁଳା ପୁଳା ଟଙ୍କା

Published By : Prameya-News7 Bureau | September 29, 2024 IST

ଭୁବନେଶ୍ୱର ୨୯।୦୯ : ଡ୍ରଙ୍କେନ୍‌ ଡ୍ରାଇଭ୍‌ ଚେକିଂ ବେଳେ କାର୍‌ରୁ ମିଳିଲା ଟଙ୍କା । ସ୍କୋଡା କାର୍‌ରୁ ମିଳିଲା ୪ ଲକ୍ଷ ୭୭ ହଜାର ଟଙ୍କା । ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ କାର୍‌ ଓ ଟଙ୍କାକୁ ଜବତ କରିଛି ପୋଲିସ । ସେପଟେ ପୋଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । 

ଖବର ଅନୁଯାୟୀ, ରାଜଧାନୀରେ ୨୬ଟି ଥାନା ଅଞ୍ଚଳରେ ପୋଲିସ ଓ ଟ୍ରାଫିକ ପକ୍ଷରୁ ଚାଲିଛି ନାଇଟ୍‌ ବ୍ଲକିଂ ଏବଂ ଡ୍ରଙ୍କେନ୍‌ ଡ୍ରାଇଭ । ସମସ୍ତ ଜୋନ୍‌ ଏସିପି ସମେତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ । ଏହିକ୍ରମରେ ଶନିବାର ବିଳମ୍ବିତ ରାତିରେ ଡ୍ରଙ୍କେନ୍‌ ଡ୍ରାଇଭିଂ ଟେକିଂ ବେଳେ ହଠାତ୍‌ ଏକ ସ୍କୋଡା କାର୍‌ ଦ୍ରୁତ ଗତିରେ ଆସୁଥିବା ଦେଖି ଚେକ୍‌ ପୋଷ୍ଟରେ ଥିବା ପୋଲିସ ଅଟକିବାକୁ କହିଥିଲେ । କିନ୍ତୁ ଚାଳକ ଜଣକ ବ୍ୟାରିକେଡ୍‌ ଭାଙ୍ଗି ରିଭର୍ସ ରାଇଡ୍ କରିଥିଲେ । ସେଠାରେ ଥିବା ପୋଲିସ କର୍ମଚାରୀମାନେ ଗୋଡାଇ ଗୋଡାଇ କାର୍‌କୁ ଅଟକାଇଥିଲେ । ଚାଳକ ଜଣକ ପ୍ରଚୁର ମଦ୍ୟପାନ କରିଥିବା ଜଣାପଡିଛି । 

ସେପଟେ ଗାଡି ଯାଞ୍ଚ ବେଳେ ସେଥିରୁ ୪ ଲକ୍ଷ ୭୭ ହଜାର ଟଙ୍କା ନଗଦ ମିଳିଥିଲା । ଚାଳକଙ୍କୁ ଅଟକ ରଖିଥିବା ବେଳେ ଗାଡି ଏବଂ ଟଙ୍କାକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ଏତେ ଟଙ୍କା କେଉଁଠୁ ଆସିଲା , ତାହାର ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.