ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ, ସ୍ୱାଗତିକା ଦାସ ବେଷ୍ଟ ଗ୍ରାଜୁଏଟ

Published By : Prameya-News7 Bureau | June 26, 2024 IST

ଭଦ୍ରକ: ପ୍ରକାଶ ପାଇଛି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ଡକ୍ଟର ଦୁର୍ଗା ଶଙ୍କର ଦାସ ଫଳାଫଳ ପୁସ୍ତକ ଉନ୍ମୋଚନ କରିଛନ୍ତି । ସ୍ୱାଗତିକା ଦାସ ସମୁଦାୟ ୯୧.୮୫  ପ୍ରତିଶତ ମାର୍କ ରଖି ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି ।

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପାଠ୍ୟକ୍ରମରେ ସମୁଦାୟ ୯୦୬ ଜଣ ପରୀକ୍ଷା ଦେଇଥିବା ବେଳେ ୬୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି।  କଳାରେ ପ୍ରୀତିସ୍ମିତା ଲାହା ୮୮.୬୫ ପ୍ରତିଶତ । ବିଜ୍ଞାନରେ ସ୍ୱାଗତିକା ଦାସ ୯୧.୮୫  ପ୍ରତିଶତ, ବାଣିଜ୍ୟରେ ସୋନାଲି ସାହୁ ୮୩.୫୬  ପ୍ରତିଶତ ଓ କମ୍ପ୍ୟୁଟର ଆପ୍ଲିକେସନରେ ନିର୍ମଳ ବେହେରା ୮୫.୨୦  ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଛନ୍ତି । 

ଚଳିତ ଥର ପାସ୍‌ ହାର ୭୩.୦୧ ପ୍ରତିଶତ ରହିଛି । କଳାରେ ୭୮.୦୧  ପ୍ରତିଶତ ପାସ ହାର , ବିଜ୍ଞାନରେ ୬୫.୦୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍‌ ହାର ୬୫.୦୯  ପ୍ରତିଶତ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.