ନୂଆଦିଲ୍ଲୀ 07/01 : ଏକ ଚା’ ଦୋକାନର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏହି ଚା ଦୋକାନର ନାଁ ହେଉଛି 'ଭାୟାନକ ଟି-ଷ୍ଟଲ୍', ଯେଉଁଠାରେ ଅଦା, ଇଲାଇଚି ମସଲାଯୁକ୍ତ ଚା’ ନୁହେଁ ବରଂ ମିଳିଛି ଭୂତ, ପିଶାଚ ଓ ଏବଂ ତାନ୍ତ୍ରିକ ଚା’। କେବଳ ଏତିକି ନୁହେଁ, ଦୋକାନରେ ଭୂତ କଫି ଏବଂ କଙ୍କାଳ ବିସ୍କୁଟ ମଧ୍ୟ ଉପଲବ୍ଧ ।
ଚା’ ପିଇବାକୁ ସମସ୍ତେ ପସନ୍ଦ କରନ୍ତି। ସକାଳ ଆରମ୍ଭ ହୁଏ ଚାରୁ। ଆଉ ଯଦି ସନ୍ଧ୍ୟା ଚା କପ୍ ଟେ ନ ମିଳିଲା ତାହେଲେ କିଛି ଲୋକଙ୍କ ପାଇଁ ଦିନ ବେକାର ଜାଣ। ଭାରତରେ ଅଦା ଚା’ ଠାରୁ ଆରମ୍ଭ କରି ଇଲାଇଚି ଏବଂ ମସଲା ଚା ପର୍ଯ୍ୟନ୍ତ ଅନେକ ପ୍ରକାରର ଚା ଉପଲବ୍ଧ। କିନ୍ତୁ ଆପଣ କେବେ ଯାଦୁ ଚା ଏବଂ ଭୂତ ଚା ପିଇଛନ୍ତି କି? ହଁ, ବଜାରରେ ଏପରି ଭୟଙ୍କର କିସମର ଚା ଏବେ ଉପଲବ୍ଧ । ସେଠାକାର ମେନ୍ୟୁ ଶୁଣି ଥରି ଉଠନ୍ତି ଲୋକେ।
{"id":892963,"width":738,"height":498,"sizeSlug":"full","linkDestination":"none"}ବାସ୍ତବରେ, ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ଚା ଷ୍ଟଲକୁ ବର୍ଣ୍ଣନା ଦେଖିବାକୁ ମିଳିଛି। ଏହି ଚା ଷ୍ଟଲର ନାଁ ହେଉଛି 'ଭାୟାନକ ଚା ଷ୍ଟଲ୍', ଯାହାର ମେନ୍ୟୁ ଏମିତି କିଛି, ଯେକେହି ବି ଦେଖି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଚା ଦୋକାନରେ ଯାଦୁ ଚା, ଡାହାଣୀ ଚା, ତାନ୍ତ୍ରୀକ ଚା, ଭୂତ ଚା, ଡେଡ୍ ଚା, ସ୍ୱତନ୍ତ୍ର ଅସ୍ତି ଚା, ସ୍ୱତନ୍ତ୍ର କବରସ୍ଥାନ ଚା ଏବଂ ସ୍ୱତନ୍ତ୍ର ଭୂତ ଚା ଠାରୁ ନେଇ ସବୁକିଛି ଉପଲବ୍ଧ। ଏହା ବ୍ୟତୀତ ଭୂତ କଫି ଏବଂ କଙ୍କାଳ ବିସ୍କୁଟ ମଧ୍ୟ ଏଠାରେ ଉପଲବ୍ଧ । କୁହାଯାଉଛି ଯେ ଏହି 'ଭୟଙ୍କର ଚା ଷ୍ଟଲ୍' ଅହମ୍ମଦାବାଦର ସର୍ଦ୍ଦାରନଗରରେ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦୋକାନ ଏକ କବରସ୍ଥାନରେ ଅଛି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ourahmedabad ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଯାହା ଏପର୍ଯ୍ୟନ୍ତ 50 ହଜାରରୁ ଅଧିକ ଥର ଦେଖାଯାଇଥିବାବେଳେ ଶହ ଶହ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି ଏବଂ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କେହି କେହି କହୁଛନ୍ତି ଯେ 'ଚା ବିକ୍ରେତା ନିଜେ ଭୟଙ୍କର ଦେଖାଯାଉଛନ୍ତି', ଆଉ କେହି କହୁଛନ୍ତି ଯେ 'ଭୁଲରେ ମଧ୍ୟ ଏହି ଚା ଦୋକାନକୁ ଯିବିନି।
wp:html /wp:htmlଏହି ଭୟଙ୍କର ଥିମ୍ ଥିବା ଚା ଦୋକାନ ଅନିଲ ବଜରଙ୍ଗୀ ଦ୍ୱାରା ପରିଚାଳିତ। ଖବର ଅନୁଯାୟୀ, ସେ 2018 ରେ ଏହି ଦୋକାନ ଖୋଲିଥିଲେ। ସେ କହିଛନ୍ତି ଯେ ପ୍ରାରମ୍ଭରେ କୌଣସି ଗ୍ରାହକ ତାଙ୍କ ଦୋକାନକୁ ଆସୁ ନଥିଲେ, କିନ୍ତୁ ବର୍ତ୍ତମାନ ବହୁ ସଂଖ୍ୟକ ଲୋକ ଏଠାକୁ ଆସି ତାଙ୍କ ଚମତ୍କାର ବା ଭୟାନକ ଚା ଭେରାଇଟିର ମଜା ନେଉଛନ୍ତି।
Also Read-ଏମିତିରେ ତ ମୁଁ ଦେବାଳିଆ ହୋଇଯିବି…ଭିଡିଓ ସେଆର କରି କହିଲେ ଆନନ୍ଦ ମହିନ୍ଦ୍ରା
ଆଜିକାଲି ବ୍ୟବସାୟ କରିବାକୁ ଅନେକ ଆପଣାଉଛନ୍ତି ଭିନ୍ନ ଭିନ୍ନ ତରିକା। ଖାସ୍ କରି ଦୋକାନର ନାମକରଣ ଓ ପ୍ରଡକ୍ଟ ଉପରେ ଦେଉଛନ୍ତି ଫୋକସ୍। ଉଦାହରଣ ସ୍ୱରୂପ ଚା ଷ୍ଟଲର ଏମିତି ଅନେକ ନାମକରଣ ହେଉଛି, ଯାହା ଲୋକଙ୍କୁ କରିଛି ଆକୃଷ୍ଟ । ସେ MBA ଚା, ଚାଏ ପଏଣ୍ଟ୍, ଚାୟୋସ୍ , କଏଦୀ ଚା, ଚାଏ ସୁଟା ବାର୍ ଯାହା ଲୋକଙ୍କ ଖାଲି ପସନ୍ଦ ଆସିନି ହୋଇଛନ୍ତି ଫେମସ୍ । ଇଏ ସେମିତି ଏକ ଭୟାନକ ଚା ଷ୍ଟଲ୍। ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।