ନୂଆଦିଲ୍ଲୀ: ସଂପ୍ରତି ଭାରତୀୟ ଦଳ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୨୪-୨୫ ଖେଳୁଛି। ଏହି ସିରିଜ୍ ପରେ ଦଳ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଓ ତିନି ମ୍ୟାଚ୍ର ଦିନିକିଆ ସିରିଜ୍ ଖେଳିବ। ତେବେ ଦିନିକିଆ ସିରିଜ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହା ଅନୁଯାୟୀ, ରୋହିତ ଶର୍ମା ଓ ବିରାଟ କୋହଲି ଉକ୍ତ ଦିନିକିଆ ସିରିଜ୍ ଖେଳିବେ ନାହିଁ। ରୋହିତ-ବିରାଟଙ୍କ ବ୍ୟତୀତ ଯଶପ୍ରୀତ ବୁମରା ମଧ୍ୟ ଏହି ସିରିଜ୍ର ଅଂଶ ହେବେ ନାହିଁ।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଭାରତ ପାଇଁ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଶେଷ ଦିନିଆ ସିରିଜ୍ ହେବ। ଏଥିରେ ଖେଳାଳିଙ୍କୁ ଦିନିକିଆ ଫର୍ମାଟ୍ରେ ନିଜକୁ ପରଖିବା ଓ ଅଭ୍ୟାସ୍ ପାଇଁ ସୁଯୋଗ ମିଳିବ। ଇଂଲଣ୍ଡ ବିପକ୍ଷ ହ୍ଵାଇଟ୍ ବଲ୍ ସିରିଜ୍ ଜାନୁଆରୀ ୨୨ରୁ ଆରମ୍ଭ ହେବ। ପ୍ରଥମେ ୫ ମ୍ୟାଚ୍ର ଟି-୨୦ ସିରିଜ୍ ଖେଳାଯିବ। ପୁଣି ଫେବୃଆରୀ ୬ରୁ ଦିନିକିଆ ସିରିଜ୍ ଖେଳାଯିବ। ରୋହିତ ଓ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ସାରିଛନ୍ତି। ତେଣୁ ଦୁଇ ଖେଳାଳିଙ୍କୁ ଦିନିକିଆ ଦଳରେ ଦେଖିବାକୁ ମିଳିପାରେ।
Also read: ସିଡନୀ ମୈଦାନରେ କେବଳ ଗୋଟିଏ ଟେଷ୍ଟ ଜିତିଛି ଟିମ୍ ଇଣ୍ଡିଆ, ୪୬ ବର୍ଷ ପୂର୍ବେ କରିଥିଲେ ରେକର୍ଡ
ତେବେ ସ୍ପୋର୍ଟ୍ସତକରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରା କାର୍ଯ୍ୟଭାର ପ୍ରବନ୍ଧନ ଯୋଗୁଁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ ନାହିଁ। ବୁମରା ଟି-୨୦ ସିରିଜ୍ ବି ଖେଳିବେ ନାହିଁ। ତେବେ ଏହାକୁ ନେଇ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। କିନ୍ତୁ ଆଶା କରାଯାଉଛି ଯେ, ଏହି ତିନି ବରିଷ୍ଠ ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳି ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି କରିବେ।
ଉଲ୍ଲେଖନୀୟ ଫେବୃଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ। ଅନ୍ୟପଟେ ଭାରତର ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଫେବୃଆରୀ ୧୨ରେ ସରିବ। ଏହା ପରେ ତୁରନ୍ତ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ଦୁବାଇ ଅଭିମୁଖେ ଯାତ୍ରା କରିବେ। ଭାରତ ନିଜର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଦୁବାଇରେ ଖେଳିବ। ଯଦି ଦଳ ସେମି ଫାଇନାଲ୍ ଓ ଫାଇନାଲ୍ରେ ପହଞ୍ଚେ ତେବେ ମ୍ୟାଚ୍ ଦୁବାଇରେ ଖେଳାଯିବ।