ସିଡନୀରେ ପୁଣି ଫେଲ୍ ମାରିଲେ ଟପ୍ ଅର୍ଡର; ୧୮୫ ରନରେ ଅଲଆଉଟ୍ ଭାରତ

Published By : Prameya-News7 Bureau | January 03, 2025 IST

ସିଡନୀ:  ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚରେ ଟିମ୍ ଇଣ୍ଡିଆର ପୁଣି ବ୍ୟାଟିଂ ବିପର୍ଯ୍ୟୟ । ସିଡନୀ ଟେଷ୍ଟରେ ୧୮୫ ରନରେ ଦଳ ଅଲଆଉଟ୍ । ପ୍ରଥମ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ । ରୋହିତ୍ ଶର୍ମାଙ୍କ ଅନୁପସ୍ଥିତିରେ ଯଶପ୍ରୀତ୍ ବୁମରା ଟିମର ନେତୃତ୍ବ ନେଇଥିଲେ । ହେଲେ ପୂର୍ବ ୪ଟି ମ୍ୟାଚ୍ ଭଳି ଏଥର ବି ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତେବେ ଦଳ ତୃତୀୟ ସେସନରେ ସମସ୍ତ ଓ୍ବିକେଟ୍ ହରାଇ ୧୮୫ ସଂଗ୍ରହ କରିବାରେ ସକ୍ଷମ ହୋଇଛି । 

ପ୍ରାରମ୍ଭରୁ ଓପନର କେଏଲ ରାହୁଲ ମିଚେଲ୍ ଷ୍ଟାର୍କଙ୍କ ଶିକାର ହୋଇ ଆଉଟ୍ ହୋଇଥିଲା । ପରେ ଯଶସ୍ବୀ ଜୈସ୍ବାଲଙ୍କ ଓ୍ବିକେଟ୍ ନେଇଥିଲେ ବୋଲାଣ୍ଡ୍ ଏବଂ ପଞ୍ଚମ ଟେଷ୍ଟରେ ରୋହିତଙ୍କ ସ୍ଥାନରେ ସୁଯୋଗ ପାଇଥିବା ଶୁବମନ ଗିଲ୍ ୨୦ ରନ କରି ନାଥନ ଲାୟନଙ୍କ ଶିକାର ହୋଇଥିଲା । ଭାରତ ପକ୍ଷରୁ ତୃତୀୟ ଇନିଂସରେ ଓ୍ବିକେଟ୍ କିପର ରିଷଭ ପନ୍ତ ସର୍ବାଧିକ ୪୦ରନ ସଂଗ୍ରହ କରିଥିଲେ । ରବୀନ୍ଦ୍ର ଜାଡେଜା ୨୬ କରିଥିବା ବେଳେ ଅଧିନାୟକ ଯଶପ୍ରୀତ୍ ବୁମରା ୨୨ ରନ  ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ ସର୍ବାଧିକ ୪ଟି ଓ୍ବିକେଟ୍ ନେଇଥିଲେ । ସେହିପରି ମିଚେଲ୍ ଷ୍ଟାର୍କଙ୍କୁ ୩ଟି, ଅଧିନାୟକ କୁମିନ୍ସଙ୍କୁ ୨ଟି ଏବଂ ନାଥନ ଲାୟନଙ୍କୁ ଗୋଟିଏ ଓ୍ବିକେଟ୍ ନେଇଛନ୍ତି । ଅନ୍ୟପଟେ କଙ୍ଗାରୁ ଟିମକୁ ମଧ୍ୟ ପ୍ରାରମ୍ଭିକ ଝଟକା ଲାଗିଛି । ବୁମରାଙ୍କ ଶିକାର ହୋଇଛନ୍ତି ଉସମାନ ଖ୍ବଜା ।... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.