ନୂଆଦିଲ୍ଲୀ ୦୩।୦୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ୱିକେଟ୍ ହରାଇଛି । ପ୍ରଥମ ଦିନର ଖେଳ ଶେଷ ହେବା ଯାଏଁ ଟିମ୍ ଇଣ୍ଡିଆ ୧୮୫ ରନ୍ ସ୍କୋରରେ ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୯ ରନ ସ୍କୋରରେ ଗୋଟିଏ ୱିକେଟ୍ ହରାଇଛି ।
ଶେଷ ଓଭରରେ ଜସପ୍ରୀତ ବୁମ୍ରା ଅଷ୍ଟ୍ରେଲିଆକୁ ଝଟକା ଦେଇଛନ୍ତି । ଏହି ୱିକେଟ୍ ପରେ ପ୍ରଥମେ ବୁମରା ଏବଂ ପରେ ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଶୈଳୀ ଦେଖିବାକୁ ମିଳିଥିଲା । ଏହି ସମୟରେ ସାମ କନଷ୍ଟାସଙ୍କ ରିଆକ୍ସନ୍ ମଧ୍ୟ ନଜର ଆସିଥିଲା ।
ବାସ୍ତବରେ ଉସମାନ ଖ୍ବାଜା ଏବଂ କନଷ୍ଟାସ ଅଷ୍ଟ୍ରେଲିଆ ପାଇଁ ଓପନିଙ୍ଗ କରିଥିଲେ । ଏହି ସମୟରେ ଖ୍ବାଜା ମାତ୍ର ୨ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ବୁମରା ଦିନର ଶେଷ ଓଭରରେ ଖ୍ବାଜାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ । ଖ୍ବାଜା କେ.ଏଲ୍ ରାହୁଲଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ । ଏହି ୱିକେଟ୍ ପୂର୍ବରୁ ବୁମରା ଏବଂ କନଷ୍ଟାସ ଆକ୍ରମଣାତ୍ମକ ଆଲୋଚନା କରିଥିଲେ ।
ମାମଲା ଅଧିକ ଗରମ ହେବାରୁ ଅମ୍ପାୟାର ମଧ୍ୟ ସେଠାରେ ପହଞ୍ଚିଥିଲେ। ଖ୍ବାଜାଙ୍କୁ ଆଉଟ୍ ପରେ କୋହଲି ଜୋସରେ ନଜର ଆସିଥିଲେ । ସେ ଦୌଡି ଯାଇ କନଷ୍ଟାସ ଆଡକୁ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ବହୁତ ଆକ୍ରମଣାତ୍ମକ ହୋଇ ଉତ୍ସବ ପାଳୁଥିଲେ । କୋହଲିଙ୍କ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି ।
ବାସ୍ତବରେ ବୁମ୍ରା ଅଷ୍ଟ୍ରେଲୀୟ ପାଳିର ତୃତୀୟ ଓଭର ବୋଲିଂ କରିଥିଲେ । ଏହା ଦିନର ଶେଷ ଓଭର ଥିଲା । ଏହି ଓଭରର ପଞ୍ଚମ ବଲ ପରେ ବୁମରା ଏବଂ କନଷ୍ଟାସଙ୍କ ମଧ୍ୟରେ ମାମଲା ଗରମ ହୋଇଯାଇଥିଲା । ତେବେ ଓଭରର ଆଗାମୀ ବଲ୍ରେ ହିଁ ଖ୍ବାଜାଙ୍କୁ ଆଉଟ୍ କରିଥିଲେ ବୁମରା ।