ନୂଆଦିଲ୍ଲୀ ୦୩।୦୧: ସିଡନୀରେ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ର ଶେଷ ମ୍ୟାଚ ଖେଳୁଛି ଟିମ୍ ଇଣ୍ଡିଆ । ଏହି ସିରିଜ୍ ଫ୍ୟାନ୍ସଙ୍କୁ କରିଛି ନିରାଶ । ଖାସ୍ କରି ବିରାଟ କୋହଲିଙ୍କ ଫର୍ମ ଟିମ୍ ପାଇଁ ପାଲଟିଛି କାଳ। ବିରାଟଙ୍କ ଖରାପ ପ୍ରଦର୍ଶନ ସିଡ୍ନି ଟେଷ୍ଟରେ ମଧ୍ୟ ଦେଖିବାକୁ ମିଳିଛି । ସିଡନି ଟେଷ୍ଟର ପ୍ରଥମ ପାଳିରେ କୋହଲି ମାତ୍ର ୧୭ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ ।
ବିଗତ ୧ବର୍ଷ ମଧ୍ୟରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଚିନ୍ତାର କାରଣ ପାଲଟିଛି । ୨୦୨୪ରୁ ବର୍ତ୍ତମାନ ଯାଏଁ ସେ ପ୍ରଥମ ପାଳିରେ ୫ଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ତାଙ୍କର ବ୍ୟାଟିଂ ଆଭରେଜ୍ ମାତ୍ର ୭.୦୦ ରହିଛି । ଏହି ଆକଳନ ଅନୁଯାୟୀ, ସେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମ୍ରାଙ୍କ ଠାରୁ ପଛରେ ରହିଛନ୍ତି ।
ଭାରତର ସବୁଠାରୁ ବିଶ୍ୱସ୍ତ ବ୍ୟାଟର ଭାବେ ପରିଚିତ ବିରାଟ କୋହଲି । ତାଙ୍କର ଫର୍ମ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ୨୦୨୪ ପରଠାରୁ ଜସପ୍ରୀତ ବୁମ୍ରାଙ୍କ ଆଭରେଜ୍ କୋହଲିଙ୍କଠାରୁ ଅଧିକ । ବୁମରା ପ୍ରଥମ ଇନିଂସରେ ୧୦.୦୦ ଆଭରେଜ୍ରେ ରନ୍ ସଂଗ୍ରହ କରିଛନ୍ତି । ଯାହା ତାଙ୍କୁ ଏହି ଲିଷ୍ଟରେ କୋହଲିଙ୍କଠାରୁ ଉପରେ ରହିଛନ୍ତି ।
ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ ଟିମ୍ର ଅନୁଭବି ପ୍ଲେୟର ଆଶାଠାରୁ ଅଧିକ ଖରାପ ପ୍ରଦର୍ଶନ କରୁଛନ୍ତି । ଅନ୍ୟପଟେ ଯୁବ ପ୍ଲେୟର ଅଷ୍ଟ୍ରେଲିଆକୁ କଡା ଟକ୍କର ଦେଉଛନ୍ତି । ଏହି ସିରିଜ୍ରେ ଭାରତ ପାଇଁ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି ଜଶସ୍ବୀ ଜୈଶ୍ବଓ୍ବାଲ୍ । ସେ ବର୍ତ୍ତମାନ ଯାଏଁ ୯ଟି ପାଳି ଖେଳି ୪୬.୧୨ ଆଭରେଜରେ ସବୁଠାରୁ ଅଧିକ ରନ୍ କରିଥିବା ପ୍ଲେୟର ହୋଇଛନ୍ତି । ନୀତିଶ ମଧ୍ୟ ୮ଟି ପାଳିରେ ୪୨ ଆଭରେଜ୍ରେ କରିଛନ୍ତି ୨୯୪ ରନ୍ ।