ମୌସୁମୀକୁ ନେଇ ଆସିଲା ନୂଆ ଅପଡେଟ୍, ଜାଣନ୍ତୁ କେବେଠୁ ଆରମ୍ଭ ହେବ ବର୍ଷା

Published By : Prameya-News7 Bureau | June 13, 2023 IST

ନୂଆଦିଲ୍ଲୀ ୧୩।୬: ଦେଶରେ ଚାଷୀ ଏବେ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ଖରିଫ ଋତୁ ଧାନ ଚାଷ ଲାଗି ବର୍ଷା ନିତ୍ୟାନ୍ତ ଜରୁରି। ଚାଷୀ ଆକାଶକୁ ଚାହିଁ ବସିଥିବା ବେଳେ ଆଷାଢ଼ ମାସର ୧୦ ଦିନରୁ ଅଧିକ ସମୟ ବିତିଗଲାଣି ବର୍ଷା ନାହିଁ। ହେଲେ ପାଣିପାଗକୁ ନେଇ ଯେଉଁ ନୂଆ ତଥ୍ୟ ଆସୁଛି ତାହା ଚାଷୀଙ୍କ ଚିନ୍ତାକୁ ବଢେଇ ଦେଇପାରେ। ଚଳିତବର୍ଷ ମୌସୁମୀ କେରଳ ଉପକୂଳକୁ ପାଖାପାଖି ସୁପ୍ତାହ ଡେରିରେ ପହଞ୍ଚିଛି। ଜୁନ ୮ ତାରିଖ ଦିନ କେରଳ ଉପକୂଳକୁ ପହଞ୍ଚିଛି ମୌସୁମୀ । ସେହି ଅନୁସାରେ ଦେଶର ଅନ୍ୟ ରାଜ୍ୟମାନଙ୍କୁ ମୌସୁମୀ ପହଞ୍ଚିବାରେ ବିଳମ୍ବ ହୋଇପାରେ। ଏଥିରେ ପାଣିପାଗ ବିଭାଗ (ଆଇଏମଡି)  ଉତ୍ତର ଭାରତକୁ ୧ ଜୁଲାଇ ସୁଦ୍ଧା ମୌସୁମୀ ପହଞ୍ଚିବାର ପୂର୍ବାନୁମାନ କରିଛନ୍ତି।

‘ଚାଷୀ ଆନ୍ଦୋଳନ ସମୟରେ ଟ୍ବିଟର ବନ୍ଦ କରିବାକୁ ଧମକ ଦେଇଥିଲେ କେନ୍ଦ୍ର ସରକାର’, ଚାଞ୍ଚଲ୍ୟକର ଖୁଲାସା କଲେ ଜ୍ୟାକ୍‌ ଡୋର୍ସି

ମୌସୁମୀରେ ବିଳମ୍ବ ଚଳିତ ଖରିଫ ଋତୁରେ ଧାନ ଚାଷକୁ ପ୍ରଭାବିତ କରିପାରେ ବୋଲି ଏବେ ଆଶଙ୍କା କରାଗଲାଣି। ସଠିକ ସମୟରେ ବର୍ଷା ନ ହେବା ଯୋଗୁ ଚାଷୀ ସମୟରେ ଧାନ  ରୁଆ, ବୁଣା କରିପାରିବେନି, ଏଣୁ ଉତ୍ପାଦନ ଉପରେ ପ୍ରଭାବ ପଡିବ ବୋଲି ଚାଷୀ ଆଶଙ୍କା କରୁଛନ୍ତି। ଏଥିରେ ଘରୋଇ ଫରକାଷ୍ଟିଂ ଏଜେନ୍ସୀ ସ୍କାଏମେଟ ୱେଦର ଦେଶରେ ଆଗାମୀ ୪ ସପ୍ତାହ ଦୁର୍ବଳ ମୌସୁମୀ ପୂର୍ବାନୁମାନ କରିଛନ୍ତି। ଫଳରେ ଖରିଫ ଫସଲ ପ୍ରଭାବିତ ହେବା ନେଇ ଆଶଙ୍କା ବଳବତ୍ତର ହୋଇଛି। ସ୍କାଇମେଟ ଅନୁସାରେ ଦୁର୍ବଳ ମୌସୁମୀ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ରହିପାରେ। ଏହା ସେହି ସମୟ ଯେଉଁ ସମୟରେ ଚାଷୀ ଧାନବୁଣା ସହ ଖେତକୁ ପ୍ରସ୍ତୁତ କରିଥାନ୍ତି। ତେବେ ବର୍ଷା ବିଳମ୍ବ ହେଉଥିବାରୁ ଚାଷୀଙ୍କ କାମ ଡେରି ଡେରି ହେବାରେ ଲାଗିଛି।

{"id":802947,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମଧ୍ୟ ଚାଷୀ ଦୁର୍ବଳ ମୌସୁମୀର ଶିକାର ହୋଇଥିଲେ। ଫଳରେ ଚାଷ କାର୍ଯ୍ୟ ବିଳମ୍ବିତ ହେବା ସହ ଉତ୍ପାଦନ ହ୍ରାସ ହୋଇଥିଲା। ଧାନ ରୁଆ,ବୁଣା ବିଳମ୍ବିତ ହୋଇଥିବା ବେଳେ ଚାଷୀଙ୍କୁ କମ ଉତ୍ପାଦନ ମିଳିଥିଲା। ଅନିୟମିତ ମୌସୁମୀ ଲାଗି ଗତବର୍ଷ ଉତ୍ତରପ୍ରଦେଶରେ ସରକାର ୬୨ ଜିଲ୍ଲାକୁ ମରୁଡି ଘୋଷଣା କରିଥିଲେ। କେବଳ ଉତ୍ତରପ୍ରଦେଶ ନୁହେଁ ବିହାର ଓ ଝାଡ଼ଖଣ୍ଡ ମଧ୍ୟ ମରୁଡିର ସମ୍ମୁଖୀନ ହୋଇଥିଲା। ଏଣୁ ସରକାର ବାଧ୍ୟ ହୋଇ ଜଳ ସେଚନରେ ହୋଇପାରୁଥିବା ଫସଲ ଚାଷ କରିବାକୁ ନିବେଦନ କରିଥିଲେ।

ଚୀନ୍ ଆକ୍ରମଣ ଆଶଙ୍କାରେ ତାଇୱାନରୁ ନାଗରିକଙ୍କୁ ବାହାର କରିବାକୁ ପ୍ରସ୍ତୁତି କରୁଛି ଆମେରିକା

ଏଣୁ ଲଗାତାର ଦ୍ୱିତୀୟ ବର୍ଷ ମଧ୍ୟ ଚାଷୀଙ୍କ ଚାଷ କାମ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଣୁ ବର୍ଷ ଶେଷ ବେଳକୁ ଉତ୍ପାଦନ ହ୍ରାସ ଜନିତ ସମସ୍ୟା ଉପୁଜିବା ସହ ଚାଷୀଙ୍କ ଆୟ ହ୍ରାସ କରିବ ବୋଲି ଆଶଙ୍କା କରାଯାଉଛି। କେବଳ ସେତିକି ନୁହେଁ ଦେଶରେ ଧାନ ଉତ୍ପାଦନ ହ୍ରାସ ହେଲେ ସରକାରଙ୍କ ଷ୍ଟକ୍‌ କୁ ମଧ୍ୟ ପ୍ରଭାବିତ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.