ସାବଧାନ ! ଆଗକୁ ଆସିବ ଅଧିକ ବଡ଼ ବାତ୍ୟା, ପାଣିପାଗ ବୈଜ୍ଞାନିକ ଦେଲେ ଚେତାବନୀ

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ: ସାରା ଦେଶରେ ମୌସୁମୀ ସକ୍ରିୟ ରହିଛି । ଏହି କାରଣରୁ ଦେଶରେ ସବୁ ରାଜ୍ୟରେ ବର୍ଷା ଜାରି ରହିଛି । ଏହାରି ଭିତରେ, ଏକ ଅନୁଧ୍ୟାନ ଆସମାକୁ ଆସିଛି ଯେଉଁଥିରେ ଆଗାମୀ ଦିନରେ କେରଳ ଉପକୂଳରେ ଅନେକ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିୟନୋଗ୍ରାଫି ନିଜ ଅଧ୍ୟୟନ କହିଛି ଯେ ଏହି ବାତ୍ୟା ଅକ୍ଟୋବରରୁ ନଭେମ୍ୱର ମଧ୍ୟରେ କେରଳ ଛୁଇଁପାରେ । ଏହା ବ୍ୟତୀତ ପଶ୍ଚିମ ଉପକୂଳରେ ଅଗଷ୍ଟରୁ ସେପ୍ଟେମ୍ୱର ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ଏବଂ ଏମେରିଟସ୍ ବୈଜ୍ଞାନକ ଏସ୍.ପ୍ରସନ୍ନା କୁମାର କହିଛନ୍ତି ଯେ ପ୍ରଶାନ୍ତ ମହାସାଗରେ ଏଲ୍ ନିନୋ ଶେଷ ଏବଂ ଲା ନିନୋ ସ୍ଥିତି ଆରମ୍ଭ ଯୋଗୁଁ, ପଶ୍ଚିମ ପ୍ରଶାନ୍ତ ମହାସାଗର ଏବଂ ପୂର୍ବ ହିନ୍ଦ ମହାସାଗର ଗରମ ହେଉଛି । ଏହି ବାତାବରଣରେ ଆଦ୍ରତା ବଢିଛି । ତେଣୁ ଅଗଷ୍ଟ ମାସରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି କିମ୍ୱା ମୌସୁମୀ ଅବଧି ଲମ୍ୱା ହୋଇପାରେ । ଅନ୍ୟପଟେ, ମୌସୁମୀ ଫେରିବା ପରେ ଆରବ ସାଗରରେ ବଡ଼ ବାତ୍ୟା ସୃଷ୍ଟିର ହେବାର ସମ୍ଭାବନା ରହିଛି ।

ଏହି ରିସର୍ଚ୍ଚ ପେପରକୁ ପ୍ରସନ୍ନା କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରସ୍ତୁତ କରିଛି । ଏହାର ଶୀର୍ଷକ ରହିଛି- କ’ଣ ଉତ୍ତର ହିନ୍ଦ ମହାସାଗର ଗରମ ହେବା ଯୋଗୁଁ ଅଧିକ ଟ୍ରପିକାଲ୍ ସାଇକ୍ଲୋନ୍ ସୃଷ୍ଟି ହେଉଛି । ଏହି ରିସର୍ଚ୍ଚ ପେପର୍ ଅଗଷ୍ଟ ମାସରେ ପ୍ରକାଶିତ ହୋଇପାରେ । ପ୍ରସନ୍ନା କୁମାର କହିଛନ୍ତି ଯେ ଆରବ ସାଗରରେ ସୃଷ୍ଟି ବାତ୍ୟାର ଶକ୍ତି ବୃଦ୍ଧି ଦେଖାଯାଇପାରେ । ତେବେ ବଙ୍ଗୋପ ସାଗରରେ ବାତ୍ୟା ସଂଖ୍ୟାରେ ହ୍ରାସ୍ ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ ଆରବ ସାଗର, ଆଟଲାଣ୍ଟିକ୍ ଏବଂ ପ୍ରଶାନ୍ତ ମହାସାଗର ଓ ବଙ୍ଗୋପ ସାଗର ତୁଳନାରେ ଅଧିକ ଦ୍ରୁତ ଗତିରେ ଗରମ ହେଉଛି । ଏହି କାରଣରୁ ବର୍ଷା ଋତୁ ପରେ ବଡ଼ ସଂଖ୍ୟାରେ ବାତ୍ୟା ସୃଷ୍ଟି ହୋଇପାରେ । ସେ ଏହା ମଧ୍ୟ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଶେଷ (ସେପ୍ଟେମ୍ୱର ୩୦) ହେବା ପରେ ଅଧିକ ତୀବ୍ରତାରେ ବାତ୍ୟା ଆସିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.