ସୋମବାର ଡିଜିପିଙ୍କୁ ଭେଟି ଦାବି ଜଣାଇବ ବିଜେଡି,ନ୍ୟାୟ ନମିଳିଲେ ତୀବ୍ର ହେବ ଆନ୍ଦୋଳନ

Published By : Prameya-News7 Bureau | November 24, 2024 IST

ଭୁବନେଶ୍ବର ୨୪/୧୧: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା । ବଢି ଚାଲିଛି ନାରୀ ନିର୍ଯାତନା ଓ ହିଂସା । ରୋକିବାକୁ କୌଣସି ପଦକ୍ଷେପ ନାହିଁ । ପ୍ରତିବାଦରେ ସୋମବାର ଡିଜିପିଙ୍କୁ ଭେଟି ଦାବି ଜଣାଇବୁ । ନ୍ୟାୟ ନମିଳିଲେ ଜୋରଦାର ହେବ ଆନ୍ଦୋଳନ । ଧର୍ମଶାଳା ବିଜେପି ବିଧାୟକ ହିମାଂଶୁ ସାହୁଙ୍କୁ ମାଡ ଘଟଣାରେ ଏମିତି କହି ପ୍ରେସମିଟ୍‌ରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । 

କହିଛନ୍ତି ବିଜେପି ସରକାରକୁ ଆସିବା ପରଠୁ ରାଜ୍ୟରେ ବିଗୁଡୁଛି ଆଇନ ଶୃଙ୍ଖଳା । ଭଦ୍ରକ ବାଲେଶ୍ବରରେ ଦଙ୍ଗା ହେଲା । ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି। ନାରୀ ନିର୍ଯାତନା, ହିଂସା ରୋକିବାକୁ କିଛି ପଦକ୍ଷେପ ନିଆଯାଉନି । ଏପରି କୁକର୍ମ କରି ଅପରାଧୀଙ୍କୁ ପୋଲିସ ଦ୍ବାରା ଉତ୍ସାହିତ କରାଯାଉଛି । ବିଜେଡି ଲୋକଙ୍କୁ ହଇରାଣ କରାଯାଉଛି । ବିଜେପି କର୍ମୀ କେସ ଜରିଆରେ ବିଜେଡି ନେତାଙ୍କୁ ହଇରାଣ କରୁଛି ପୋଲିସ । କୁଚିଣ୍ଡା, ନୀଳଗିରି, ବଙ୍ଗୋମୁଣ୍ଡା, କଟକରେ ମହିଳା ନିର୍ଯାତନା ବଢିଚାଲିଛି ହେଲେ ପୋଲିସ ଦେଖୁନି । ପୋଲିସ ବିଜେପିର ସରକାରୀ ଗୁଣ୍ଡା ଭାବେ କାମ କରୁଛି । ତାରାତାରିଣୀ  ମନ୍ଦିରରୁ ସବୁ ଲୁଟି ନେଲେ । ଧର୍ମଶାଳା ବିଧାୟକ ଯାଜପୁର ଯାଉଥିଲେ । 7.45 ସନ୍ଧ୍ୟାରେ ଗଲେ 29 ବର୍ଷ ବୟସର ବିଧାୟକ । ଲୋକଙ୍କୁ ସାହାଯ୍ୟ କରିବାକୁ ଆମେ ବୁଲୁ। ହେଲେ ଯାଜପୁର ତାଙ୍କ ଏରିଆ ନୁହେଁ । ଏତେ ଲୋକଙ୍କୁ ଠେଙ୍ଗା ଧରି କାହିଁକି ଯାଜପୁର ନେଇଥିଲେ ? ବିଜେଡି ଲୋକ ଗିରଫ ହେଲେ । ବିଧାୟକଙ୍କ ଲୋକ କାହିଁକି ଗିରଫ  ହେଲେନି ? ପୋଲିସ ଠିକ ନ୍ୟାୟ କରୁନି । ସୋମବାର ବିଜେଡିର ପ୍ରତିନଧି ମଣ୍ଡଳୀ ଡିଜିପିଙ୍କୁ ଭେଟି ପୋଲିସ ଓ ବିଜେପିର ଅନ୍ୟାୟ କଥା ଜଣାଇବୁ । ନ୍ୟାୟ ନ ମିଳିଲେ ଆନ୍ଦୋଳନ ହେବ।


  • bhubaneswar
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.