‘ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରନ୍ତୁ’: ଗମ୍ଭୀରଙ୍କ ପରେ ବିଜେପି ସାଂସଦ ଜୟନ୍ତ ଶର୍ମା ମଧ୍ୟ ଲଢ଼ିବେନି ଲୋକସଭା ନିର୍ବାଚନ

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ରାଜନୀତିରୁ ଇସ୍ତଫା ଘୋଷଣା ପରେ ଏବେ ବିଜେପିର ଅନ୍ୟ ଜଣେ ସାଂସଦ ମଧ୍ୟ ନିର୍ବାଚନ ନଲଢ଼ିବା ନେଇ ଘୋଷଣା କରିଛନ୍ତି। ହଜାରୀବାଗ ବିଜେପି ସାଂସଦ ଜୟନ୍ତ ସିହ୍ନା ଟ୍ବିଟ୍‌ କରି ନିର୍ବାଚନ ନଲଢ଼ିବା ନେଇ ସୂଚନା ଦେବା ସହ ଏହି ନିଷ୍ପତ୍ତି ପଛର କାରଣ କହିଛନ୍ତି ।

ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସିହ୍ନା କହିଛନ୍ତି, ସେ ପାର୍ଟୀ ଅଧ୍ୟକ୍ଷ ଜେପ୍ପୀ ନଡ୍ଡାଙ୍କୁ ପ୍ରତ୍ୟକ୍ଷ ନିର୍ବାଚନ କର୍ତ୍ତବ୍ୟରୁ ମୁକ୍ତ କରିବାକୁ କହିଛନ୍ତି। ଏହାଦ୍ବାରା ସେ ଭାରତ ବୈଶ୍ବିକ ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ଉପରେ ଅଧିକ ଧ୍ୟାନ ଦେଇପାରିବେ। ତେବେ ସେ ଦଳ ସହ କାମ କରିବେ ବୋଲି କହିବା ସହ ହଜାରୀବାଗରୁ ଲୋକଙ୍କୁ ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜନୀତିରୁ ମୁକ୍ତ ହେବେ ଗୌତମ ଗମ୍ଭୀର; ପିଏମ୍ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

ଉଲ୍ଲେଖଯୋଗ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଟିଏମସି ନେତା ଯଶବନ୍ତ ସିହ୍ନାଙ୍କ ପୁଅ। ଜୟନ୍ତ ସିହ୍ନା ୨୦୧୪ରେ ପ୍ରଥମ ଥର ଲୋକସଭାରୁ ସାଂସଦ ହୋଇଥିଲେ। ପିଏମ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ତାଙ୍କୁ ମନ୍ତ୍ରୀ କରାଯାଇଥିଲା। ଜୟନ୍ତ ସିହ୍ନା ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ବିମାନ ଚଳାଚଳା ରାଷ୍ଟ୍ରମନ୍ତ୍ରୀ ଥିଲେ। ଏହା ବାଦ୍‌ ୨୦୧୪ରୁ ୨୦୧୬ ମଧ୍ୟରେ ସେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଥିଲେ। ଜୟନ୍ତ ସିହ୍ନାଙ୍କୁ ୨୦୧୯ରେ ପୁଣି ହଜାରୀବାଗ ସିଟ୍‌ରୁ ନିର୍ବାଚନ ଲଢ଼ି ଜିତିଥିଲେ। କିନ୍ତୁ ପିଏମ ମୋଦୀଙ୍କ ଦ୍ବିତୀୟ କାର୍ଯ୍ୟକାଳରୁ ତାଙ୍କୁ ମନ୍ତ୍ରୀ କରାଯାଇନଥିଲା।

ସୂଚନାଥାଉକି, ଏହା ପୂର୍ବରୁ ବିଜେପିର ପୂର୍ବତନ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ମଧ୍ୟ କହିଥିଲେ ଯେ, ସେ ପାର୍ଟୀରୁ ରାଜନୀତିକ କର୍ତ୍ତବ୍ୟରୁ ମୁକ୍ତ କରିବା ପାଇଁ କହିଛନ୍ତି ଫଳରେ ସେ କ୍ରିକେଟ ଉପରେ ଧ୍ୟାନ ଦେଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.