କଂଗ୍ରେସର ‘ମୋହବତ କି ଦୁକାନ’ ଜବାବରେ ମୁକ୍ତିଲାଭ କଲା ବିଜେପିର ନୂଆ ଗୀତ, ଦେଖନ୍ତୁ Video

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ ୧୧।୮: କଂଗ୍ରେସର ‘ମୋହବତ କି ଦୁକାନ’ ଗୀତର ଜବାବ ରଖିଛି ବିଜେପି। ଏହାର ଏକ ଭିଡିଓ ବିଜେପି ଅଧିକାରୀକ ‘ଏକ୍ସ’ (ଟ୍ୱିଟର)ରେ ଜାରି କରିଛି। ବିଜେପି ଭିଡିଓ ଟ୍ୱିଟ୍‌ କରି ଏହାର କ୍ୟାପସନ୍‌ରେ ‘ମୋହବତ ଦିଲ ମେଁ ରହତି ହୈ, ଦୁକାନ ମେଁ ନହିଁ’ ଉଲ୍ଲେଖ କରିଛି। ଉଲ୍ଲେଖଯୋଗ୍ୟ ଯେ ସଂସଦରେ ବିରୋଧୀ ମେଣ୍ଟଙ୍କ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ୍ କରିଥିଲେ। ତେବେ ଆସନ୍ତୁ ଜାଣିବା କଂଗ୍ରେସର ମୋହବତ ବାଲି ବାତ୍‌ ର ଜବାବରେ ବିଜେପି ଗୀତରେ ରହିଛି କ’ଣ?  

{"id":829421,"width":842,"height":554,"sizeSlug":"full","linkDestination":"none"}

ବିଜେପି ପକ୍ଷରୁ ଟ୍ୱିଟ୍‌ କରାଯାଇଥିବା ଗୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହୁଥିବାର ଦେଖାଯାଉଛି। ପ୍ରଧାନମନ୍ତ୍ରୀ କହୁଛନ୍ତି ‘ ଦେଶର ଜନତା ବି କହୁଛନ୍ତି ଏହା ଲୁଟର ଦୋକାନ, ଲୁଟର ବଜାର ଏଥିରେ ଘୃଣା ରହିଛି, ଦୁର୍ନୀତି ରହିଛି ଓ ତୁଷ୍ଟିକରଣ ରହିଛି ’। ଏହା ପରେ ବିଜେପିର ନୂଆ ଭିଡିଓ ଦେଖାଯାଉଛି। ନୂଆ ଗୀତ ଜରିଆରେ କଂଗ୍ରେସ ଉପରେ ବର୍ଷିଛି ବିଜେପି। ଏହି ଗୀତର ବୋଲ ରହିଛି ମୋହବତ ଦିଲମେଁ ରହତା ହୈ ଦୁକାନ ମେଁ ନହିଁ। ଏହି ଭିଡିଓ ମାଧ୍ୟମରେ ବିଜେପି କେନ୍ଦ୍ର ସରକାରଙ୍କ ଉପଲବ୍ଧି ଗଣାଇବାକୁ ଉଦ୍ୟମ କରିଛି।

wp:html /wp:html

ଗୀତରେ କାଶ୍ମୀରରୁ ହଟାଯାଇଥିବା ୩୭୦ ଧାରାର ମଧ୍ୟ ଉଲ୍ଲେଖ ରହିଛି, ଏଥିରେ ଆତ୍ମନିର୍ଭର ଭାରତର କଥା ମଧ୍ୟ କୁହାଯାଇଛି। ପ୍ରଧାନମନ୍ତ୍ରୀ ଗୁରୁବାର ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ତାଙ୍କର ବୟାନ ରଖିଥିଲେ। ଏଥିରେ ତାଙ୍କର ଏପର୍ଯ୍ୟନ୍ତ ୨ ପାଳିର ସରକାରରେ ଦେଶରେ ହୋଇଥିବା ବିକାଶର କଥା ପ୍ରଧାନମନ୍ତ୍ରୀ କହିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଓ ତାଙ୍କ ମେଣ୍ଟ ସରକାରରେ ହୋଇଥିବା ବିଭିନ୍ନ ଦୁର୍ନୀତି ଓ ସରକାରଙ୍କ ସମସ୍ୟା ଦେଖାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ମଧ୍ୟ ବର୍ଷିଥିଲେ।

CrPC  ସଂଶୋଧନ ବିଲ୍ ଲୋକସଭାରେ ଉପସ୍ଥାପିତ, ଜାଣନ୍ତୁ ଆଇନରେ ବଦଳିବ କ’ଣ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.