ଆଡଭାନୀଙ୍କୁ ମିଳିବ ‘ଭାରତ ରତ୍ନ’; ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | February 03, 2024 IST

ନୂଆଦିଲ୍ଲୀ: ଲାଲ୍ କୃଷ୍ଣ ଆଡଭାନୀଙ୍କୁ ମିଳିବ ‘ଭାରତ ରତ୍ନ’। ଭାରତର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲ୍ କୃଷ୍ଣ ଆଡଭାନୀ । ଏନେଇ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଶନିବାର ପିଏମ୍ ମୋଦି ନିଜ ଏକ୍ସ ଆକାଉଣ୍ଟରେ ଶୁଭେଚ୍ଛା ଜଣାଇବା ସହିତ ‘ଭାରତ ରତ୍ନ’ ମିଳିବା ନେଇ ସୂଚନା ଦେଇଛନ୍ତି ।    

wp:html /wp:html

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇ ଘୋଷଣା । ପିଏମ୍ ମୋଦି ଏକ୍ସରେ ଲେଖିଛନ୍ତି, ଭାରତ ବିକାଶରେ ଆଡଭାନୀଙ୍କ ଅବଦାନ ଅତୁଳନୀୟ। ତୃଣମୂଳ ସ୍ତରରୁ ସେ ଦେଶ ବିକାଶ ପାଇଁ କାର୍ଯ୍ୟ କରିଆସିଛନ୍ତି । ଉପ-ପ୍ରଧାନମନ୍ତ୍ରୀ ଭାବେ ଲାଲ୍ କୃଷ୍ଣ ଆଡଭାନୀ ଦେଶବାସୀଙ୍କ ସେବା କରିଛନ୍ତି । ଗୃହ ମନ୍ତ୍ରୀ ଓ  ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସଂସଦରେ ତାଙ୍କ ଅନ୍ତର୍ଦୃଷ୍ଟିକୁ ଏବେ ବି ଭାରତୀୟ ଜନତା ପାର୍ଟି ଅନୁସରଣ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.