ଭୁବନେଶ୍ବର ୧୯।୧୨: ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସଂସଦରେ ରାହୁଲ ଗାନ୍ଧୀ ଧକ୍କା ମାରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଘଟଣାକୁ ସାରା ଦେଶ ନିନ୍ଦା କରୁଛି । ସଂସଦୀୟ ଗଣତନ୍ତ୍ରରେ ଆଜି ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ଦିନ । ଗଣତନ୍ତ୍ରକୁ ସମ୍ମାନ ଦେବା ଉଚିତ । ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦିର ସ୍ଥାନ ନାହିଁ । ଦାୟିତ୍ଵ ସମ୍ପନ୍ନ ଦଳର ବିରୋଧୀ ଦଳ ନେତା ଦାବି କରୁଥିବା ରାହୁଲ ଗାନ୍ଧୀ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି, ଏହାକୁ ୧୪୦ କୋଟି ଭାରତୀୟ ନିନ୍ଦା କରୁଛନ୍ତି । ୭୫ ବର୍ଷର ଗଣତନ୍ତ୍ରର ଛବି ଆଜି ଖରାପ ହୋଇଛି । ଯେତେ ନିନ୍ଦା କଲେ କମ୍ ହେବ । ଯେଉଁ ମାନଙ୍କୁ ଆମେ ନିର୍ବାଚିତ କରୁଛନ୍ତି, ସେମାନଙ୍କ ଆଚରଣ ଉଚ୍ଚାରଣ, ବ୍ୟବହାର ପରିବର୍ତ୍ତନ ହେବା ଉଚିତ । ବିରୋଧୀ ଦଳ ନେତା ଯେଉଁଭଳି ଗୁଣ୍ଡାଗର୍ଦ୍ଦି କଲେ, ଜଣେ ମାନସିକ ସନ୍ତୁଳନ ଥିବା ଲୋକ ଏଭଳି ବ୍ୟବହାର କେବେ କରିବେ ନାହିଁ । ପ୍ରତାପ ଷଡ଼ଙ୍ଗୀ ଶୀଘ୍ର ଆରୋଗ୍ୟ ହୁଅନ୍ତୁ । ୫୬ ବର୍ଷ କ୍ଷମତାରେ ରହିବା ପରେ, ଏବେ କ୍ଷମତା ଅନ୍ଧ ହୋଇଯାଇଛି କଂଗ୍ରେସ । ନିରୁତ୍ସାହିତ ହୋଇଯାଇଛି କଂଗ୍ରେସ । ଜରୁରୀ କାଳୀନ ପରିସ୍ଥିତି ଘଟଣାରେ ଗଣତନ୍ତ୍ରକୁ ହତ୍ୟା କରିଥିଲା କଂଗ୍ରେସ ।
You Can Read:
ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ୩ କ୍ବିଣ୍ଟାଲ ଓଜନର ସାର୍କ ମାଛ, ଲମ୍ବ ୭ ଫୁଟ