ଏନ୍‌ସିର ବରିଷ୍ଠ ନେତାଙ୍କୁ ହରାଇ ମୁସଲିମ୍‌ ବହୁଳ ଆସନରୁ ଜିତିଲେ ବିଜେପି ପ୍ରାର୍ଥୀ ଶଗୁନ ପରିହାର

Published By : Prameya-News7 Bureau | October 08, 2024 IST

indiatoday

ଶ୍ରୀନଗର: ବିଜେପି ନେତା ଶଗୁନ ପରିହାର ଜାମ୍ମୁ-କାଶ୍ମୀରର କିସ୍ତୱାର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ୨୦୧୮ରେ ଶଗୁନଙ୍କ ବାପା ଓ ଦାଦାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଏହାପରେ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲେ। ଶଗୁନ ମାତ୍ର ୫୨୧ ଖଣ୍ଡ ଭୋଟ୍‌ରେ ବିଜୀୟ ହୋଇଛନ୍ତି। 

ନିର୍ବାଚନ କମିଶନ ୱେବ୍‌ସାଇଟ୍‌ର ସୂଚନା ଅନୁସାରେ, ମୁସଲମାନ ପ୍ରାଧାନ୍ୟ ଆସନରେ ଶଗୁନ୍ ପରିହାରଙ୍କୁ ୨୯,୦୫୩ ଖଣ୍ଡ ଭୋଟ୍ ମିଳିଥିଲା ତାଙ୍କ ବିରୋଧରେ ଛିଡ଼ା ହୋଇଥିବା ନ୍ୟାସ୍‌ନାଲ କନଫରେନ୍ସ ନେତା ତଥା ଦୁଇଥର ବିଧାୟକ ସାଜ୍ଜାଦ ଅହମ୍ମଦ କିଚଲୁଙ୍କୁ ୨୮,୫୩୨ ଖଣ୍ଡ ଭୋଟ୍ ମିଳିଥିଲା। କିସ୍ତୱାରରୁ ସିଟ୍‌ରୁ ଶଗୁନଙ୍କ ଟିକେଟ୍ ଦେବାରେ ବିଜେପିର ରଣନୀତି କାମ କରୁଛି।

ଉଭୟ ହିନ୍ଦୁ ଓ ମୁସ୍‌ଲିମ୍‌ଙ୍କୁ ମନ  କିଣିପାରୁଥିବା ଶଗୁନ ପରିହାର କିସ୍ତୱାର ବିଜୟୀ ହେବା ପରେ ଆତଙ୍କବାଦର ଗଡ଼ କୁହାଯାଉଥିବା ମୁସ୍‌ଲିମ ବହୁଳ ଅଞ୍ଚଳରେ ବିଜେପି ପାଦ ରଖିବାରେ ସଫଳ ହୋଇଛି। ଶଗୁନଙ୍କ ବାପା ଅଜିତ ଓ ଦାଦା ଅନୀଲ ପରିହାର ଜିଲ୍ଲା ବିଜେପି ମୁଖ୍ୟ ଥିଲେ। ୨୦୧୮ରେ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ସେପ୍ଟେମ୍ବର ୧୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଡୋଡା ଜିଲ୍ଲା ଗସ୍ତ ବେଳେ ସେ ଶଗୁନଙ୍କ ଉଦାହରଣ ଦେଇଥିଲେ। ମୋଦୀ କହିଥିଲେ “ଆମ ଝିଅ(ବିଜେପି ଡୋଡା ପ୍ରାର୍ଥୀ ଶଗୁନ) ଙ୍କ ବାପା ଓ ଦାଦାଙ୍କୁ ଆତଙ୍କବାଦୀମାନେ ମାରିଦେଇଥିଲେ। କିନ୍ତୁ ଆମେ ତାଙ୍କୁ ଏହି ଆସନରୁ ଛିଡ଼ା କରିଛୁ। ସେ କେବଳ ଆମ ପ୍ରାର୍ଥୀ ନୁହଁନ୍ତି, ବିଜେପି ଆତଙ୍କବାଦୀ ସମସ୍ୟାର ସମାଧାନ କରିଥିବାର ଏକ ଜୀବନ୍ତ ଉଦାହରଣ।”

ସୂଚନା ଥାଉକି ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ମେଣ୍ଟ ନ୍ୟାସ୍‌ନାଲ କନଫେରନ୍ସ ୪୭ ଆନସରେ ବିଜୟୀ ହୋଇଛି। ବିଜେପି ଏଠାରେ ଦ୍ୱିତୀୟ ବଡ଼ ଦଳ ହୋଇ ୨୯ ଆସନ ଜିତିଛି। ସେହିପରି ମେହେବୁବା ମୁଫତୀଙ୍କ ଦଳ ପିଡିପି ମାତ୍ର ୩ଟି ଆସନରେ ଜିତିବାରେ ସକ୍ଷମ ହୋଇଛି। 

ଜାମ୍ମୁ-କାଶ୍ମୀର ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ୯୦ ବିଧାନସଭା ଆସନରେ ନିର୍ବାଚନ ହୋଇଛି। ସେହିପିର ଡୋଡାରୁ ଆପ୍‌ ଖାତା ଖୋଲିବାରେ ସଫଳ ହୋଇଛି। ଦଳର ପ୍ରାର୍ଥୀ ମେହରାଜ ମଲ୍ଲିକ ଏଠାରୁ ବିଜୟୀ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.