ଗୋକର୍ଣ୍ଣପୁର ଗାଁରେ ଫୁଟିଲା ବୋମା, ଅଳ୍ପକେ ବର୍ତ୍ତିଗଲେ ଦୋକାନୀ

Published By : Prameya-News7 Bureau | March 10, 2025 IST

ଦିଗପହଣ୍ଡି ୦୧।୦୩ : ଗଞ୍ଜାମ ଜିଲ୍ଲା ଗୋକର୍ଣ୍ଣପୁର ଗାଁରେ ଫୁଟିଲା ବୋମା । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମୁଖ୍ୟରାସ୍ତା କଡ଼ରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କ ଔଷଧ ଦୋକାନକୁ ଲକ୍ଷ୍ୟ କରି ବୋମାମାଡ଼ କରାଯାଇଛି । ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । 

ରବିବାର ବିଳମ୍ବିତ ରାତି ପ୍ରାୟ ୮ଟା ୩୦ ସମୟରେ ଗୋକର୍ଣ୍ଣପୁର ଗାଁ ରାସ୍ତାକଡ଼ରେ ଥିବା ଔଷଧ ଦୋକାନକୁ ଲକ୍ଷ୍ୟ କରି ବୋମାମାଡ଼ ହୋଇଛି । ଏକ ବାଇକ୍‌ରେ ଦୁଇ ଜଣ କଳାମୁଖ୍ୟା ପିନ୍ଧା ଦୁର୍ବୃତ୍ତ ଆସି ଦୋକାନ ଉପରକୁ ଲଗାତର ୩ଟି ବୋମା ଫିଙ୍ଗି ଚମ୍ପଟ ମାରିଥିଲେ । ତେବେ ଦୁଇଟି ବୋମା ଫୁଟିଥିବା ବେଳେ ଗୋଟିଏ ବୋମା ଫୁଟିନଥିଲା । ବୋମାମାଡ଼ରେ ଦୋକାନୀ ପ୍ରହଲ୍ଲାଦ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ କ୍ୟାସ କାଉଣ୍ଟର କିଛି ପରିମାଣରେ ଜଳିଯାଇଛି । ଅନ୍ୟପଟେ ବୋମାମାଡ଼ ସଂପର୍କରେ ଖବର ପାଇ ଦିଗପହଣ୍ଡି ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମାକୁ ଜବତ କରିବା ସହ ସବିଶେଷ ତଦନ୍ତ ଜାରି ରଖିଛି ।  

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.