କଟକ ୮।୧୦: ରାଜ୍ୟ ସ୍ଵାସ୍ଥ୍ୟସେବାରେ ଯୋଡି ହେଲା ଏକ ନୂଆ ଅଧ୍ୟାୟ । ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର ବା ବୋନ୍ ବ୍ୟାଙ୍କ୍ । ମେଡିକାଲର ଅସ୍ତିଶଲ୍ୟ ବିଭାଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ବୋନ୍ ବ୍ୟାଙ୍କକୁ ଉଦ୍ଘାଟନ କରିଛନ୍ତି । ଏହି ବ୍ୟାଙ୍କ କାର୍ଯ୍ୟକ୍ଷମ ହେବା ଦ୍ୱାରା ଶଲ୍ୟ ରୋଗ ଚିକିତ୍ସା ଦିଗରେ ଆହୁରି ଉନ୍ନତି ପରିଦୃଷ୍ଟ ହେବ । କାହିଁକି ନା ପୂର୍ବରୁ ଯେତେବେଳେ କୌଣସି ବ୍ୟକ୍ତି ଦୁର୍ଘଟଣା ଜନିତ କିମ୍ବା ଦୁରାରୋଗ ମୃତ୍ୟୁ ହେଲେ ସେମାନଙ୍କ ଶଲ୍ୟ ମଧ୍ୟ ସତ୍କାର ହେଇଯାଉଥିଲା । କିନ୍ତୁ ଏହି ବୋନ୍ ବ୍ୟାଙ୍କ ଆରମ୍ଭ ହେବା ପରେ ଏହା ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଏକ ଆଶା ସଞ୍ଚାର କରିଛି । ଏଣିକି ଦୁର୍ଘଟଣା ଜନିତ ରୋଗୀଙ୍କ ଠାରେ ଏହି ବ୍ୟାଙ୍କରେ ଗଚ୍ଛିତ ଥିବା ଶଲ୍ୟକୁ ଉପଯୋଗ କରାଯାଇପାରିବ । ଏହି ସେବା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏସସିବି ମେଡିକାଲରେ ବର୍ଷକୁ ୫ଶହରୁ ଉର୍ଦ୍ଧ୍ବ ଲୋକଙ୍କ ଅସ୍ତି ଅପରେସନ କରାଯାଇ ବଦଳ କରାଯାଏ । ଯେଉଁଥିରେ କିଛି ଶଲ୍ୟକୁ ଅଣଦେଖା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସଂଗୃହୀତ ଶଲ୍ୟକୁ ସଂଗ୍ରହ କରାଯିବ ଓ ଫ୍ରିଜର ରଖି ତାକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ ବୋଲି କହିଛନ୍ତି ମେଡିକାଲ ଅସ୍ତିଶଲ୍ୟ ବିଭାଗ ମୁଖ୍ୟ ଡାକ୍ତର ନିର୍ମଳ ମହାପାତ୍ର ।
You Can Read:
ଜମିଜମା ମାମଲାର ହେବ ତ୍ୱରିତ ଫଇସଲା, ଏଣିକି ରାଜସ୍ବ ପରିଷଦର ହେବ ନିୟମିତ ଶୁଣାଣି