କାହିଁକି ରମେଶଙ୍କୁ ଅପହରଣ କରିଥିଲେ ୩ ଯୁବକ ? ପ୍ରେସ୍‌ମିଟ୍‌ରେ ଖୁଲାସା କରିବ ପୋଲିସ

Published By : Prameya-News7 Bureau | July 15, 2024 IST

ବୋରିଗୁମ୍ମା ୧/୭: ଦୀର୍ଘ ୪୮ ଘଣ୍ଟା ପରେ ଅପହୃତ ରାଇସ ମିଲ୍‌ ମାଲିକ ଏ.ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୋଲିସ । ୩ ଅପହରଣକାରୀଙ୍କୁ ଅଟକ ରଖାଯାଇଥିବାବେଳେ ଅପହରଣ ବେଳେ ବ୍ୟବହାର ହୋଇଥିବା କାର ଜବତ ହୋଇଛି ।  ଗତ ଶୁକ୍ରବାର ରାତିରେ ପେରାହାଣ୍ଡି ସ୍ଥିତ ନିଜ ମିଲ୍‌ରୁ କୁମୁଟିପୁଟ ସ୍ଥିତ ଘରକୁ ଫେରିବା ବେଳେ ପେରାହାଣ୍ଡି ବ୍ରିଜ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇଥିଲେ । ରମେଶଙ୍କୁ ଅପହରଣ କରାଯାଇଥିବା ନେଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ଏଥିସହ କୋରାପୁଟ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଅପହରଣକାରୀମାନେ ୭୦ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ଜୟପୁର ଏସ୍‌ଡିପିଓଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ ଖୋଳତାଡ ଆରମ୍ଭ କରିଥିଲା । ରବିବାର ବିଳମ୍ବିତ ରାତିରେ ରମେଶଙ୍କୁ ଉଦ୍ଧାର କରାଯାଇ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଛି । ତେବେ ରମେଶଙ୍କ ସହ ଅପହରଣକାରୀଙ୍କ ସଂପର୍କ କଣ  ? କାହିଁକି ସେମାନେ ରମେଶଙ୍କୁ ଅପହରଣ କରିଥିଲେ ? ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି । ପ୍ରେସ୍‌ମିଟ୍‌ ମାଧ୍ୟମରେ ସବିଶେଷ ତଥ୍ୟ ଦେବା ନେଇ ସୂଚନା ଦେଇଛି ପୋଲିସ । 

You Can Read:

କାଳ ହେଲା ମର୍ଣ୍ଣିଂୱାକ, ବୃଦ୍ଧଙ୍କ ଉପରେ ଚଢିଗଲା ବାଲି ବୋଝେଇ ଟ୍ରକ

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.