ଦୁଇ ଦିନିଆ ରିମାଣ୍ଡରେ ବ୍ରାଉନସୁଗାର ମାଫିଆ ଶ୍ରୀବତ୍ସ, ସ୍ତ୍ରୀ ଫେରାର

Published By : Prameya-News7 Bureau | January 05, 2024 IST

ଖୋର୍ଦ୍ଧା ୫।୧: ମାଗାଜିନ ଓ ଗୁଳି ସହ ୪ ଦିନ ତଳେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଦ୍ବାରା ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀ ବରୁଣେଇନଗରର ଶ୍ରୀବତ୍ସ ପରମଗୁରୁ ଓରଫ ବୁଲୁକୁ ପୋଲିସ ଦୁଇ ଦିନ ରିମାଣ୍ଡରେ ଆଣିଛି । ମାଗାଜିନ ଓ ଗୁଳି ଜବତ ଘଟଣାରେ ଅଧିକ ତଥ୍ୟ ପାଇଁ ୨ ଦିନିଆ ରିମାଣ୍ଡ ପାଇଁ ପୋଲିସ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲା । ୨ଦିନିଆ ରିମାଣ୍ଡ ଅନୁମତି ପରେ ପୋଲିସ ଗୁରୁବାର ଶ୍ରୀବତ୍ସ ରିମାଣ୍ଡରେ ଆଣିଛି । ମାଗାଜିନ୍ ଓ ଗୁଳି ଜବତ ହୋଇଥିବା ବେଳେ ପତ୍ନୀ ଅନୀତା ଫେରାର ହୋଇଯାଇଛି । ରିମାଣ୍ଡ ଅବଧି ଭିତରେ ସେ କେଉଁଠାରୁ ପିସ୍ତଲ ଏବଂ ଗୁଳି ଆଣୁଥିଲା ପୋଲିସ ତାର ତଦନ୍ତ କରୁଛି  । ସେ କେବେ ଠାରୁ ବନ୍ଧୁକ ରଖୁଥିଲା ? କାହାଠାରୁ ଆଣିଥିଲା ? କେତେ ଟଙ୍କାରେ ଆଣିଥିଲା ? ଏଥିସହିତ ଶ୍ରୀବତ୍ସକୁ ଆଉ କିଏ ସହଯୋଗ ରହିଛନ୍ତି । ବେଆଇନ ବନ୍ଧୁକ ଓ ମାଗାଜିନକୁ ସେ କେଉଁ ଉଦ୍ଦେଶ୍ୟ ବ୍ୟବହାର କରୁଥିଲା ତାର ତଦନ୍ତ କରୁଛି ପୋଲିସ ।

{"id":892143,"sizeSlug":"full","linkDestination":"none"}

ସେହିପରି ପୂର୍ବରୁ ଶ୍ରୀବତ୍ସ ବ୍ରାଉନସୁଗାର ବେପାର କରି ବହୁବାର ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି । ଶୁକ୍ରବାର ଶ୍ରୀବତ୍ସର ଖୋର୍ଦ୍ଧା କାନାଡା ବ୍ୟାଙ୍କକୁ ଆଣି ତାର ଲକର ଏବଂ ଆକାଉଣ୍ଟକୁ ସିଜ୍ କରିଛି । ଲକରରେ ବହୁ ପରିମାଣର ସୁନା, ରୂପା  ଅଳଙ୍କାରକୁ ଜବତ କରିଛି ପୋଲିସ । ଶ୍ରୀବତ୍ସ କେଉଁଠୁ ବ୍ରାଉନସୁଗାର ଆଣି ବେପାର କରୁଥିଲା ତାର ଅନ୍ୟ କିଏ ସହଯୋଗୀ ଅଛନ୍ତି ସମସ୍ତ ଘଟଣାର ତଦନ୍ତ ଜାରି ରହିଛି ବୋଲି ଖୋର୍ଦ୍ଧା SDPO କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/number-of-voters-in-odisha-increase-to-33236360/","type":"wp-embed","providerNameSlug":"prameya-news-7"}
https://www.prameyanews7.com/number-of-voters-in-odisha-increase-to-33236360/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.