ମୋହନ ସରକାରଙ୍କ ବଡ଼ ଆକ୍ସନ, ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ କଟିଥିବା ଅଭିଯୁକ୍ତ ଘରେ ବୁଲିଲା ବୁଲଡୋଜର

Published By : Prameya-News7 Bureau | December 14, 2023 IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶପଥ ନେବା ପରେ ରାଜ୍ୟ ସରକାର ଆକ୍ସନ ମୋଡରେ ନଜର ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟର ନେତୃତ୍ୱ ସମ୍ଭାଳିବା ପରେ ବୁଲଡୋଜର ବୁଲିବା ଆରମ୍ଭ ହୋଇଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ କାଟିଥିବା ଅଭିଯୁକ୍ତ ଫାରୁଖ ରାଇନ ଓରଫ ମିତ୍ରୀର ଘରେ ବୁଲଡୋଜର ଚାଲିଛି ।

ଖବର ଅନୁସାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ କାଟିଥିବା ଅଭିଯୁକ୍ତ ଫାରୁଖର ଘରେ ବୁଲଡୋଜର ଚଲାଇବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଜାରି କରିଥିଲା । ଅଭିଯୁକ୍ତର ଘର ଭୋପାଳର ୧୧ ନମ୍ୱର ଜନତା କଲୋନୀରେ ଥିବା ବେଳେ ଏଠି ପ୍ରଶାସନର ବୁଲଡୋଜର ବୁଲିଛି । ଅଭିଯୋଗ ଅନୁସାରେ ଫାରୁଖ ବିଜେପି କର୍ମୀ ଦେବେନ୍ଦ୍ର ଠାକୁରଙ୍କ ହାତ କାଟି ଅଲଗା କରି ଦେଇଥିଲା । ଏହି ମାମଲାରେ ଭୋପାଳ ଜିଲ୍ଲାପାଳ ଏନଏସଏ ଲାଗୁ କରିଛନ୍ତି ।

ପଢନ୍ତୁ: ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ; ଧାର୍ମିକ ସ୍ଥଳ ଓ ପବ୍ଲିକ୍‌ ପ୍ଲେସ୍‌ରେ ବ୍ୟାନ୍ ହେଲା ଲାଉଡ୍ ସ୍ପିକର

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରେ ଅଭିଯୁକ୍ତ ଫାରୁଖ ବିଜେପି କର୍ମୀ ଦେବେନ୍ଦ୍ର ଠାକୁରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଦେବେନ୍ଦ୍ରର ହାତ କଟି ଯାଇଥିଲା । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ ମଧ୍ୟ ଆହତ କର୍ମୀଙ୍କୁ ଭେଟିବା ପାଇଁ ହସ୍ପିଟାଲ ଯାଇଥିଲେ । ପୋଲିସ ସୂଚନା ଅନୁସାରେ ଫାରୁଖ ବିରୋଧରେ ପୂର୍ବରୁ ବି ଅନେକ ଅପରାଧିକ ମାମଲା ରହିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ଫାରୁଖ ସମେତ ଅସଲମ, ଶାହରୁଖ, ବିଲାଲ ଓ ସମୀରକୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.