ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

Published By : Prameya-News7 Bureau | June 02, 2024 IST

ଭୁବନେଶ୍ବର ୦୨।୦୬ : ଭୁବନେଶ୍ୱର ସତ୍‌ସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା । ଦୁଇଟି ୨ଟି କାର୍‌କୁ ପଛରୁ ପିଟିଲା ବସ୍‌ । ଯେଉଁଥିରେ ଏକାଧିକ ଲୋକେ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରବିବାର ସକାଳେ ସକାଳେ ସତ୍‌ସଙ୍ଗ ବିହାର ନିକଟରେ ଘଟିଛି ସିରିଜ୍‌ ଦୁର୍ଘଟଣା । ୨ଟି କାରକୁ ପଛରୁ ଧକ୍କା ଦେଲା ବସ୍  । ଯେଉଁଥିରେ ଗୋଟିଏ ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇପଡିଛି । ସେହିପରି ଅନ୍ୟ କାର ଚାଳକ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲକୁ ପଠାଯାଇଛି । ଦୁର୍ଘଟଣା ଯୋଗୁଁ ରାସ୍ତା ଜାମ୍‌ ହୋଇଯାଇଥିବେ ପୋଲିସ୍ ପହଞ୍ଚି କ୍ଷତିଗ୍ରସ୍ତ କାରକୁ ନେଇଛି । ଯାହାପରେ ଉକ୍ତ ରାସ୍ତାରେ ଯାତାୟାତ ସ୍ଵାଭାବିକ ରହିଛି । ବସ୍ ବୋଲେରୋ ଏବଂ ଆଲ୍ଟୋ କାରକୁ ଥାନାକୁ ନେଇଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.