ମରାଠା ସଂରକ୍ଷଣ ଆନ୍ଦୋଳନ: ବିଡ୍‌ ଜିଲ୍ଲାରେ କର୍ଫ୍ୟୁ, ଇଣ୍ଟରନେଟ୍‌ ସେବା ବନ୍ଦ

Published By : Prameya-News7 Bureau | October 31, 2023 IST

ମୁମ୍ବାଇ: ମରାଠା ସଂରକ୍ଷଣ ଦାବିକୁ ନେଇ ସ୍ଥିତି ବିଗିଡିବାରେ ଲାଗିଛି। ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନ ହିଂସାତ୍ମକ ରୂପ ନେବା ପରେ ବିଡ୍ ଜିଲ୍ଲାରେ ଲାଗୁ ହୋଇଛି କର୍ଫ୍ୟୁ। ଏଥିସହ ପ୍ରଶାସନ ଜିଲ୍ଲାରେ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଏହାସହ ବସ୍‌ସେବାକୁ ବନ୍ଦ କରାଯାଇଛି। ଏନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ।

ସୋମବାର ସନ୍ଧ୍ୟାରେ ସଂରକ୍ଷଣ ଦାବିରେ ଆନ୍ଦୋଳନକାରୀ ନେତାଙ୍କ ଘର ଓ କାର୍ଯ୍ୟାଳୟ ଉପରକୁ ଢେଲାମାଡ଼ କରିଥିଲେ। ଏପରିକି ବାଇକ୍‌ ମଧ୍ୟ ପୋଡ଼ାଜଳା କରିଥିଲେ। ଏହି ଘଟଣାରେ ୪୯ ଜଣଙ୍କୁ ଗିରଫ କରାଯାଇଥିଲା।

ଏହାପରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଆଜି କୌଣସି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦିନରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିଲା, କିନ୍ତୁ କର୍ଫ୍ୟୁ କୋହଳଏବଂ ଇଣ୍ଟରନେଟ ସେବାର ଚାଲିବା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.