ଦିଲ୍ଲୀ ବିଧାନସଭାରେ CAG ରିପୋର୍ଟ; ଅବକାରୀ ନୀତି ଯୋଗୁଁ ୨ହଜାର କୋଟି ଟଙ୍କାର ରାଜସ୍ବ କ୍ଷତି

Published By : Prameya-News7 Bureau | February 25, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ଆଗତ ହେଲା CAG ରିପୋର୍ଟ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଏହାକୁ ଗୃହରେ ଉପସ୍ଥାପିତ କରିଛନ୍ତି । ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏହି ଅଡିଟ୍ ରିପୋର୍ଟ ୨୦୧୭-୨୦୧୮ରୁ ୨୦୨୦-୨୦୨୧ ପର୍ଯ୍ୟନ୍ତ ଚାରୋଟି ଅବଧିରେ ରହିଛି । ମଦ ନୀତି ପରିବର୍ତ୍ତନ ଯୋଗୁ ୨୦୦୨ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ତଥ୍ୟରେ କୁହାଯାଇଛି । 

ସିଏଜି ରିପୋର୍ଟରେ ୨୦୧୭-୨୦୧୮ରୁ ୨୦୨୦-୨୦୨୧ ମଧ୍ୟରେ ଅବକାରୀ ରେଗୁଲେଶନ ଏବଂ ସପ୍ଲାଏ ଯା଼ଞ୍ଚ କରାଯାଇଥିଲା । ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ଅବକାରୀ ନୀତିକୁ ସମୀକ୍ଷା କରାଯାଇଥିଲା । ହେଲେ ଏଥିରେ ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିବା ପରେ ପଲିସିକୁ ୨୦୨୨ ସେପ୍ଟେମ୍ବର ମାସରେ ସରକାର ଫେରାଇ ନେଇଥିଲେ । ତେବେ ସିଏଜି ରିପୋର୍ଟରେ କୁହାଯାଉଛି ଆମ୍ ଆଦମୀ ପାର୍ଟି ନୂଆ ଅବକାରୀ ନୀତି ଲାଗୁ କରିବା ପରେ ଏଥିରେ ଗମ୍ଭୀର ଅନିୟମିତତା ହୋଇଥିଲା । ଯାହାଫଳରେ ଦୁଇ କୋଟି ଟଙ୍କାର ରାଜସ୍ବ କ୍ଷତି ଘଟିଛି । 

CAG ରିପୋର୍ଟରେ କ’ଣ ରହିଛି: 

୧. ଆପ୍ ସରକାରଙ୍କ ନୂଆ ଅବକାରୀ ନୀତି ପାଇଁ ୨ ହଜାର କୋଟି ଟଙ୍କାର ରାଜସ୍ବ କ୍ଷତି ।

୨. ଭୁଲ୍ ନିଷ୍ପତ୍ତି ଯୋଗୁ ଦିଲ୍ଲୀ ସରକାରଙ୍କ ବିପୁଳ ପରିମାଣରେ ରାଜସ୍ବ ହରାଇଛନ୍ତି । 

୩. ମଦ ଦୋକାନ କିମ୍ବା ଫ୍ୟାକ୍ଟ୍ରି ପାଇଁ ଲାଇସେନ୍ସ ଛାଡ଼ କରିବା ଦ୍ବାରା ପ୍ରାୟ ୯୪୦ କୋଟି କ୍ଷତି ହୋଇଛି ।

୪. ପୁନର୍ବାର ଟେଣ୍ଡର ପ୍ରକ୍ରିୟା ପାଇଁ ସରକାରଙ୍କୁ ୮୯୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । 

୫. କୋଭିଡ୍-୧୯ ପ୍ରତିବନ୍ଧକ ପାଇଁ ୨୮ ଡିସେମ୍ବପ ୨୦୨୧ରୁ ୨୭ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଅବକାରୀ କରବାରରେ ଲାଇସେନ୍ସ ଶୁଳ୍କ ବାବଦରେ ୧୪ କୋଟି ଟଙ୍କା କ୍ଷତି ହୋଇଛି ।

୬. ସିକ୍ୟୁରିଟି ଡିପୋଜିଟ୍ ଠିକ୍ ଭାବେ ଆଦାୟ ନହେବାରୁ ୨୭ କୋଟି ଟଙ୍କା କ୍ଷତି ହୋଇଛି ସିଏଜଜି ରିପୋର୍ଟରେ କୁହାଯାଇଛି ।


 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.