ଟି-20 ବିଶ୍ୱକପ୍‌: 'ସୁପର-୮'କୁ ପାକିସ୍ତାନ କ୍ୱାଲିଫାଏ କରିବା ମୁସ୍କିଲ, ଭାରତ ଉପରେ କଲା ଭରସା

Published By : Prameya-News7 Bureau | June 10, 2024 IST

HT

ନୂଆଦିଲ୍ଲୀ: ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ଲଗାତାର ଦୁଇ ମ୍ୟାଚ୍ ହାରିବାରେ ସୁପର-୮ ପର୍ଯ୍ୟାୟକୁ ନେଇ ଆଶା ଆଶଙ୍କାରେ। ଏହି ପର୍ଯ୍ୟାୟକୁ ପହଞ୍ଚିବା ପାଇଁ ପାକିସ୍ତାନକୁ ଭାରତ ଏବଂ ଆୟର୍ଲାଣ୍ଡର ସମର୍ଥନ ଆବଶ୍ୟକ। ବାବର ଆଜମଙ୍କ କ୍ୟାପଟେନ୍ସିରେ ଭାରତ ବିପକ୍ଷ ମ୍ୟାଚ୍ରେ ହାରିଛି ପାକିସ୍ତାନ। ଏହାପୂର୍ବରୁ ପାକିସ୍ତାନକୁ ଆମେରିକା ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। 

ଭାରତ ଏବଂ ଆୟର୍ଲାଣ୍ଡର ହାରଜିତ୍ ଉପରେ ପାକିସ୍ତାନକୁ ନିର୍ଭର କରିବାକୁ ପଡିବ। ପାକିସ୍ତାନ ଆଉ ଦୁଇଟି ମ୍ୟାଚ ଖେଳିବ। ଜୁନ୍ ୧୧ରେ କାନାଡା ବିପକ୍ଷରେ ଓ ଜୁନ ୧୬ରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ। 

ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି, ଯାହାକୁ 'ଏ' ରୁ 'ଡି' ପର୍ଯ୍ୟନ୍ତ ଚାରୋଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍ର ଟପ୍ ଦୁଇଟି ଟିମ୍ ସୁପର-୮ ପାଇଁ ଉନ୍ନୀତ ହେବେ। ସୁପର-୮ ରେ ପହଞ୍ଚିବା ପାଇଁ ପାକିସ୍ତାନ ପାଇଁ ସମୀକରଣ ଏହିପରି ହେବ...

  • ସର୍ବପ୍ରଥମେ, ପାକିସ୍ତାନକୁ କାନାଡା ବିପକ୍ଷରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଜିତିବାକୁ ପଡ଼ିବ। ବାକି ସମୀକରଣ କାନାଡା ବିପକ୍ଷରେ ବିଜୟ ପରେ ହିଁ ଜଣାପଡ଼ିବ। ଯଦି ପାକିସ୍ତାନ ମଧ୍ୟ କାନାଡା ବିପକ୍ଷରେ ହାରିଯାଏ ତେବେ ବିଶ୍ୱକ ବିଦାୟ ନେବାକୁ ପଡ଼ିବ।
  • ଜୁନ୍ ୧୨ରେ ଭାରତ ଏବଂ ଆମେରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ଭାରତ ଜିତିବାକୁ ଚାହିଁବ ପାକିସ୍ତାନ। ଭାରତ ଜିତିଲେ ହିଁ ପାକିସ୍ତାନ ପାଇଁ ହେବ ଲାଭଦାୟକ।
  • ସେହିପରି ଜୁନ୍ ୧୪ରେ ଆମେରିକା ଏବଂ କାନାଡା ମଧ୍ୟରେ ଏକ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ଆୟର୍ଲାଣ୍ଡର ବିଜୟ ଏବଂ ଆମେରିକାର ପରାଜୟ ଚାହିଁବ ପାକିସ୍ତାନ। 
  • ଜୁନ୍ ୧୫ରେ ଭାରତ ଏବଂ କାନାଡା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ପାକିସ୍ତାନକୁ ଭାରତର ବିଜୟ ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। ଯାହାଫଳରେ ସୁପର -8 ରେ ପହଞ୍ଚିବା ପାକିସ୍ତାନର ଆଶା ଉଜ୍ଜିବୀତ ହୋଇ ରହିବ। 
  • ଜୁନ୍ ୧୬ରେ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ। ଯେକୌଣସି ପରିସ୍ଥିତିରେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ। ଯଦି ପାକିସ୍ତାନ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ହାରିଯାଏ, ତେବେ ସୁପର-୮ ରେ ପହଞ୍ଚିବାର ସ୍ୱପ୍ନ ଧୂଳିସାତ ହୋଇଯିବ।
  • ତଥାପି, ଏହି ସବୁ ସମୀକରଣ ପରେବି ନେଟ୍ ରନ୍ ରେଟ୍ ନିର୍ଣ୍ଣାୟକ ଭୂମିକା ନେବ। ଯଦି ପଏଣ୍ଟ ସମାନ ରହେ, ତେବେ ପାକିସ୍ତାନକୁ ଆମେରିକା ଠାରୁ ଭଲ ନେଟ ରନ୍ ରେଟ୍ ରଖିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.