ଜାମ୍ମୁ କାଶ୍ମୀର ଡେମୋକ୍ରେଟିକ୍ ଫ୍ରିଡମ୍ ପାର୍ଟିକୁ ବେଆଇନ୍ ସଂଗଠନ ଘୋଷଣା କଲା ଗୃହମନ୍ତ୍ରଣାଳୟ, ୫ ବର୍ଷ ପାଇଁ ବ୍ୟାନ୍

Published By : Prameya-News7 Bureau | October 05, 2023 IST

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ଶବ୍ବୀର ଅହମଦଙ୍କ ଦଳ ଜାମ୍ମୁ କାଶ୍ମୀର ଡେମୋକ୍ରେଟିକ୍ ଫ୍ରିଡମ୍ ପାର୍ଟି(JKDFP)କୁ ବେଆଇନ ସଂଗଠନ ଘୋଷଣା କଲେ କେନ୍ଦ୍ର ସରକାର। ଗୁରୁବାର(ଅକ୍ଟୋବର ୫) କେନ୍ଦ୍ର ଗୃହମନ୍ତ୍ରଣାଳୟ JKDFP ଦଳକୁ ଆସନ୍ତା ୫ ବର୍ଷ ପାଇଁ ବେଆଇନ ସଗଂଠନ ବୋଲି ଘୋଷଣା କରିଛି।

ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ଅନୁଯାୟୀ, ଭାରତ ସରକାର JKDFP କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ୧୯୬୭ର ଧାରା ୩ (୧) ଅନୁଯାୟୀ ଏକ ବେଆଇନ ସଂଗଠନ ଘୋଷଣା କରିଛନ୍ତି। ଏହି ପାର୍ଟି ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲା ବୋଲି ଗୃହମନ୍ତ୍ରଣାଳୟ କାରଣ ଦର୍ଶାଇଛି।

ଭାରତ ସରକାର କହିଛନ୍ତି ଯେ ୧୯୯୮ ପରଠାରୁ ଏହାର ସଦସ୍ୟମାନେ ଦେଶରେ ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ସର୍ବଦା ପ୍ରୋତ୍ସାହିତ କରିଆସୁଛନ୍ତି। ଏହି ସଂଗଠନର ସଦସ୍ୟମାନେ ଲୋକମାନଙ୍କୁ ଉତ୍ସାହିତ କରିବାକୁ ଏବଂ କାଶ୍ମୀରକୁ ଏକ ଅଲଗା ଇସଲାମିକ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି, ଯାହା ଭାରତର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ଅଖଣ୍ଡତା ପାଇଁ କ୍ଷତିକାରକ।

ଜେକେଡିଏଫ୍‌ପି ବିରୁଦ୍ଧରେ ୟୁଏପିଏ ୧୯୬୭, ଆଇପିସି ୧୮୬୦, ଆର୍ମସ୍ ଆକ୍ଟ ୧୯୫୯ ଏବଂ ରଣବୀର ପେନାଲ କୋଡ୍ ୧୯୩୨ ର ବିଭିନ୍ନ ବିଭାଗ ଧାରା ରୁଜୁ କରାଯାଇ ଏକାଧିକ ଅପରାଧିକ ମାମଲା ରୁଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.