୨୦୨୪ରେ ଦେବାଳିଆ ହୋଇପାରେ OpenAI, ପ୍ରତିଦିନ ChatGPT ଉପରେ ଖର୍ଚ୍ଚ ୫.୮୦ କୋଟି ଟଙ୍କା

Published By : Prameya-News7 Bureau | August 13, 2023 IST

ନୂଆଦିଲ୍ଲୀ: ସାମ୍ ଅଲ୍ଟମ୍ୟାନଙ୍କ ନେତୃତ୍ୱଧିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଷ୍ଟୁଡିଓ ଓପନଏଆଇ (OpenAI) ଆସନ୍ତା ବର୍ଷ ସୁଦ୍ଧା ଦେବାଳିଆ ହୋଇପାରେ । ଆନାଲିଟିକ୍ସ ଇଣ୍ଡିଆ ମାଗାଜିନର ଏକ ରିପୋର୍ଟରେ ChatGPTର ଦେବାଳିଆ ହେବା ନେଇ ଆଶଂକା ପ୍ରକାଶ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ କମ୍ପାନି ୨୦୨୪ ଶେଷ ସୁଦ୍ଧା ଦେବାଳିଆ ହୋଇପାରେ ।

ରିପୋର୍ଟରେ କୁହାଯାଇଛି ଯେ OpenAIକୁ ନିଜର କେବଳ ଏଆଇ ସେବା-ChatGPTକୁ ପରିଚାଳନା କରିବା ପାଇଁ ଦୈନିକ ପ୍ରାୟ ୭,୦୦,୦୦୦ ଡଲାର ଅର୍ଥାତ୍ ୫.୮୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ରିପୋର୍ଟରେ କୁହାଯାଇଛି ଯେ ଅଲ୍ଟମ୍ୟାନଙ୍କ ଓପନଏଆଇ ବର୍ତ୍ତମାନ ସମୟରେ ନଦଗ ସଂକଟର ସାମନା କରୁଛି । ରିପୋର୍ଟରେ କୁହାଯାଇଛି ଯେ ଜିପିଟି-୩.୫ ଏବଂ ଜିପିଟି-୪ ମୋନିଟାଇଜ ହେବା ପରେ ବି, କମ୍ପାନି ପର୍ଯ୍ୟାପ୍ତ ରାଜସ୍ୱ ହାସଲ କରିବାରେ ସକ୍ଷମ ହୋଇପାରି ନାହିଁ ।  

ପଢନ୍ତୁ: ChatGPTର ଦୁରୁପଯୋଗ ମାମଲାରେ ଦୁନିଆରେ ପ୍ରଥମ ଗିରଫଦାରୀ, ମିଛ ଖବର ପ୍ରସାରଣ କରି ଚୀନ ନାଗରିକ ଗିରଫ

୨୦୨୨ ନଭେମ୍ୱରରେ ଲଞ୍ଚ୍ ହେବା ପରଠୁ ChatGPT ଇତିହାସରେ ସବୁଠୁ ଦ୍ରୁତବେଗରେ ଉପରକୁ ଉଠିଥିବା ଆପ୍ ହୋଇଥିଲା । କିନ୍ତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁଜର୍ସଙ୍କ ରେକର୍ଡ ବ୍ୟବହାର ପରେ, ଗତ ମାସରେ ୟୁଜର୍ସଙ୍କ ଏହାପ୍ରତି ମୋହଭଙ୍ଗ ହୋଇଛି । ସିମିଲରୱେବ ଟାଟା ଅନୁସାରେ ଜୁଲାଇ ଶେଷ ସୁଦ୍ଧା ChatGPTର ବ୍ୟବହାରକାରୀଙ୍କ ଆଧାରରେ ମଧ୍ୟ ହ୍ରାସ ଘଟିଛି । ସିମିଲରୱେବ ଡାଟାରେ କୁହାଯାଇଛି ଯେ ୨୦୨୩ ଜୁଲାଇରେ ଜୁନ ତୁଳନାରେ ୧୨ ପ୍ରତିଶତ ୟୁଜର କମ ରହିଥିଲେ । ଏହି ଅବଧିରେ ୟୁଜର୍ସଙ୍କ ସଂଖ୍ୟା ୧.୭ ବିଲିୟନରୁ କମି ୧.୫ ବିଲିୟନ ହୋଇଛି ।

ରିପୋର୍ଟରେ କୁହାଯାଇଛି ଯେ କମ୍ପାନି ଏପିଆଇ ସମସ୍ୟାର ସାମନା କରୁଛି । ଏଥିରେ କୁହାଯାଇଛି ଯେ ଅନେକ କମ୍ପାନିଗୁଡିକ ପୂର୍ବେ ନିଜ କର୍ମଚାରୀଙ୍କୁ ChatGPTର ଉପଯୋଗ କରିବା ପାଇଁ ହତୋତ୍ସାହିତ କରୁଥିଲେ । ଏବେ ସେମାନେ ଓପନଏଆଇର ଏପିଆଇ ଯାଏ ପହଞ୍ଚ ହାସଲ କରିବା ଆରମ୍ଭ କରିଛନ୍ତି । ଫଳରେ ସେମାନେ ବିବିଧ ୱାର୍କପ୍ଲୋ ପାଇଁ ନିଜସ୍ୱ ଏଆଇ ଚାଟ୍‌ବଟ ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ।

ପଢନ୍ତୁ: TSPSC ପରୀକ୍ଷାରେ ChatGPT ସାହାଯ୍ୟରେ କରାଯାଇଥିଲା କପି, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

ରିପୋର୍ଟରେ କୁହାଯାଇଛି ଯେ ଓପନଏଆଇ ଏବେ ସୁଦ୍ଧା ଲାଭଦାୟକ ହୋଇପାରି ନାହିଁ । ମେରେ ଯେତେବେଳେ ChatGPT ବିକଶିତ କରିବା ଆରମ୍ଭ କରିଥିଲା, ଏହାର କ୍ଷତି ଦ୍ୱିଗୁଣା ହୋଇ ୫୪୦ ମିଲିୟନ ଡଲାର ହୋଇଥିଲା । OpenAIରେ ମାଇକ୍ରୋସଫ୍ଟର ୧୦ ବିଲିୟନ ଡାଲର ନିବେଶ ହିଁ ସମ୍ଭବତଃ ବର୍ତ୍ତମାନ ସମୟରେ କମ୍ପାନିକୁ ଚାଲୁ ରଖିଛି । ଅନ୍ୟପଟେ OpenAI ୨୦୨୩ରେ ୨୦୦ ମିଲିୟନ ଡଲାରର ବାର୍ଷିକ ରାଜସ୍ୱର ଅନୁମାନ କରିଛି, ୨୦୨୪ରେ ୧ ବିଲିୟନ ଡଲାର ଯାଏ ପହଞ୍ଚିବାର ଅନୁମାନ କରିଛି ।

Also read: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ପ୍ରସ୍ତୁତ କରି ପସ୍ତାଉଛି…ଦୁନିଆକୁ ବିପଦ ବିଷୟ ଜଣାଇବା ପାଇଁ ଗୁଗଲ ଛାଡିଲେ AI ଗଡ୍‌ଫାଦର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.