ବିଶ୍ୱାସଘାତ କଲା କାମୁକ ପ୍ରେମିକ; ସବୁ ଲୁଟିଲା, ସାମାନ୍ୟ ବଚସାରୁ ଜୀବନ ନେଲା…

Published By : Prameya-News7 Bureau | December 02, 2023 IST

ଚେନ୍ନାଇ: ସେ କହୁଥିଲା ମୁଁ ତୁମକୁ ଜୀବନଠୁ ବି ଭଲପାଏ। କେତେ କେତେ ସ୍ୱପ୍ନ ଦେଖାଇଥିଲା ତାକୁ। ଆଉ ଜୀବନସାଥିର ସ୍ୱପ୍ନିଳ ଦୁନିଆରେ ଭାସିଯାଇ ପ୍ରେମିକା ବି ବାନ୍ଧିଥିଲା ବିଶ୍ୱାସର ଶିଢ଼ି। ହେଲେ ସାମାନ୍ୟ ବଚସାରେ ସବୁ ପ୍ରେମ ହଠାତ୍ ଘୃଣାରେ ବଦଳି ଗଲା। ପ୍ରେମିକାର ଗାଳି ଚିପି ହତ୍ୟା କଲା ପ୍ରେମିକା।

ଏଭଳି ଘଟଣା ଘଟିଛି ଚେନ୍ନାଇର ଏକ ହୋଟେଲ୍‌ରେ। ୨୦ ବର୍ଷୀୟା ଜଣେ ନର୍ସିଂ ଛାତ୍ରୀଙ୍କୁ ଗଳା ଚିପି ହତ୍ୟା କରିଛି ତା ବିଶ୍ୱାସଘାତକ ପ୍ରେମିକ। ହତ୍ୟା କରିବା ପରେ ମୃତଦେହର ଫଟୋକୁ ହ୍ୱାଟ୍ସଆପ୍ ଷ୍ଟାଟସ୍‌ ବି ରଖିଥିଲା ଆତତାୟୀ ଆଶିକ୍। ଶନିବାର ଏହି ପୂରା ଘଟଣା ବିଷୟରେ ସୂଚନା ଦେଇଛି ପୁଲିସ।  

ପୀଡ଼ିତାଙ୍କ ବନ୍ଧୁ ଆଶିକ୍‌ର ହ୍ୱାଟ୍ସଆପ୍‌ ଷ୍ଟାଟସ୍‌ରେ ମୃତଦେହ ଦେଖିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।ଏହାପରେ ସେମାନେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଦ୍ୱିତୀୟ ବର୍ଷର ନିର୍ସିଂ ଛାତ୍ରୀ ଜଣଙ୍କ ଗତ ୫ ବର୍ଷ ହେଲା ସ୍ଥାନୀୟ ଯୁବକ ଆଶିକ୍‌କୁ ଭଲପାଉଥିଲେ। ନିକଟରେ ଚେନ୍ନାଇରେ ସେମାନେ ଏକ ଘର ଭଡ଼ାରେ ନେଇ ରହୁଥିଲେ।

ପଢ଼ନ୍ତୁ-ପାକିସ୍ତାନରୁ ଫେରିବା ପରେ ବଦଳିଲା ଅଞ୍ଜୁଙ୍କ ହାବଭାବ, କହିଲେ-ଫେରିବାର କାରଣ..

ହେଲେ ହଠାତ୍ ୩ ଧରି ପୀଡ଼ିତା କଲେଜ ନ ଆସିବାରୁ ବନ୍ଧୁମାନଙ୍କର ସନ୍ଦେହ ବଢ଼ିଥିଲା। ସେମାନେ ପଚରାଉଚାର କରିବା ପରେ ଜଣାପଡ଼ିଥିଲା ଯେ ପ୍ରେମିକ ଆଶିକ୍ ଚେନ୍ନାଇ ଆସି ଏକ ହୋଟେଲ୍ ବୁକ୍ କରିଥିଲା। ଏବଂ ତାଙ୍କୁ ନେଇଯାଇଥିଲା। ହେଲେ ଯେତେବେଳେ ଆଶିକ୍‌ର ଷ୍ଟାଟସରେ ସେମାନେ ଛାତ୍ରୀଙ୍କର ମୃତଦେହ ଦେଖିଥିଲେ ସେ ପୁଲିସକୁ ଖବର ଦେଇଥିଲେ।

ଏହାପରେ ପୁଲିସ ତୁରନ୍ତ ସେମାନେ ରହୁଥିବା ହୋଟେଲ୍‌ରେ ଚଢ଼ାଉ କରିବା ସହ ସିସିଟିଭି ପୁଟେଜ୍ ଚେକ୍ କରିଥିଲା, ଏବଂ ଆଶିକ୍‌କୁ ଗିରଫ କରିଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ପଚାରିବାରୁ ଆଶିକ୍ କହିଛି ଯେ ତାଙ୍କ ପ୍ରେମିକା ସହ ତାଙ୍କର ବଚସା ହୋଇଥିଲା। ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିବାକୁ ନେଇ ପ୍ରେମିକା ସନ୍ଦେହ କରି ପଚାରିବାରୁ ଝଗଡ଼ା ଆରମ୍ଭ ହୋଇଥିଲା। ଆଶିକ ରାଗରେ ଟି ଶାର୍ଟ୍‌ରେ ପ୍ରେମିକାର ଗଳା ଚିପି ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା।  

ପୁଲିସ ଅଧିକ ଛାନବିନ କରିବା ପରେ ଜଣାପଡ଼ିଥିଲା ଯେ ପ୍ରେମୀ ଯୁଗଳଙ୍କର ପୂର୍ବରୁ ଏକ ପିଲା ବି ହୋଇ ସାରିଛି। ସେମାନେ ତାକୁ ଅନାଥାଶ୍ରମରେ ଦେଇ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.