ଛତ୍ରପୁର ବିଧାୟକଙ୍କ ବଦାନ୍ୟତା, ଦରମାରୁ ଅସହାୟ ବ୍ୟକ୍ତିଙ୍କୁ ଦେଲେ ୨୫ ହଜାର ଟଙ୍କା

Published By : Prameya-News7 Bureau | July 16, 2024 IST

ଛତ୍ରପୁର,୧୬/୭ : ନିର୍ବନରେ ବିଜୟୀ ପରେ ନିଜ ଦରମାରୁ କିଛି ଅସହାୟ ବ୍ୟକ୍ତିଙ୍କୁ ଦାନ କରିବାକୁ ଘୋଷଣା କରିଥିଲେ । ଆଉ ଆଜି ସେ କଥାକୁ କାମରେ କରି ଦେଖାଇଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ପ୍ରଥମ ଦରମାର ୨୫ ହଜାର ଟଙ୍କା ଜଣେ ରୋଗୀଙ୍କ ଚିକିତ୍ସା ପାଇଁ ଦେଇଛନ୍ତି । ଛତ୍ରପୁର ପୋଡାପଦର ପଞ୍ଚାୟତ କୁମାରବେଗପଲ୍ଲୀ ସ୍ଥିତ ହନୁମାନ ମନ୍ଦିର ପୂଜକ ଆରତି ପ୍ରସାଦ ପଣ୍ଡା । ମସ୍ତିସ୍କ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନଥିବାରୁ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ବିଧାୟକ । ଆରତିଙ୍କର କେମିତି ଠିକ ଭାବରେ ଚିକିତ୍ସା ହୋଇପାରିବ ସେ ନେଇ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ପରିବାର ଲୋକଙ୍କୁ ସହାୟତା ରାଶି ଦେଇଛନ୍ତି । ଆଜି ଛତ୍ରପୁର ପାର୍ଟି କାର୍ଯ୍ୟାଳୟ ଠାରେ ବିଜେପି ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ନାୟକ ଓ ପଦ୍ମଚରଣ ସାହୁ, ଲିଗାଲ ସେଲ୍‌ର ଆବାହକ ପ୍ରଦୀପ କୁମାର ପାଢୀ ଙ୍କ ଉପସ୍ଥିତରେ ଆରତିଙ୍କ ପରିବାରକୁ ୨୫ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ବିଧାୟକଙ୍କ ଏପରି ସାହାଯ୍ୟ ମନୋଭାବ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.