ବାତ୍ୟା ‘ଦାନା’ର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Published By : Prameya-News7 Bureau | October 23, 2024 IST

ଭୁବନେଶ୍ବର ୨୩।୧୦: ବାତ୍ୟା ‘ଦାନା’ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୀକ୍ଷା ବୈଠକରେ ଉପସ୍ଥିତ ଅଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଡିଜି ପୋଲିସ ଯୋଗେଶ ବାହାଦୂର ଖୁରାନିଆ, ଶକ୍ତି ସଚିବ ହେମନ୍ତ ଶର୍ମା, ଫାୟାର ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଅନ୍ୟ ଅଧକାରୀ ମାନେ ଉପସ୍ଥିତ ଅଛନ୍ତି ।

ସମୁଦ୍ରରୁ ବଳ ଗୋଟାଇ ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ୨୪ରେ ନେବ ଭୀଷଣ ବାତ୍ୟାର ରୂପ। ତେବେ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପହଞ୍ଚିବ ଦାନା। ୨୪ ରାତି ଓ ୨୫ ସକାଳ ସୁଦ୍ଧା ବାତ୍ୟା ସିଭିୟର ସାଇକ୍ଲୋନ ଭାବେ ଲ୍ୟାଣ୍ଡଫଲ୍ କରିବ। ଭିତରକନିକା-ଧାମରା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ ! ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ।

ବାତ୍ୟା ଦାନା ଏବେ ପାରାଦୀପ ଠାରୁ ୪୬୦ କିମି ଦୂରରେ ରହିଛି ଦାନା। ଏହା ଘନୀଭୂତ ହୋଇ ଗୁରୁବାର ସକାଳେ ଭୀଷଣ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଏହା ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ୍ ସମୟରେ ପବନର ଗତି ରହିବ ୧୦୦ରୁ ୧୧୦ କିମି। ଝଟକା ପବନର ବେଗ ରହିବ ୧୨୦ କିମି। ବାତ୍ୟା ପାଇଁ ୨୪ ଓ ୨୫ ତାରିଖ ସବୁଠୁ ଗୁରୁତ୍ୱପୂର୍ଣ୍ଣ।

You Can Read:

ବାତ୍ୟା ଉପରେ ଶକ୍ତି ଓ କୃଷି ବିଭାଗ ନଜର ରଖିଛି, ସବୁ ପ୍ରକାର ବ୍ୟବସ୍ଥା ଚାଲିଛି : ଉପମୁଖ୍ୟମନ୍ତ୍ରୀ

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.