ବାତ୍ୟା ଉପରେ ଶକ୍ତି ଓ କୃଷି ବିଭାଗ ନଜର ରଖିଛି, ସବୁ ପ୍ରକାର ବ୍ୟବସ୍ଥା ଚାଲିଛି : ଉପମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 23, 2024 IST

ଭୁବନେଶ୍ବର ୨୩।୧୦: ଶକ୍ତି ଓ କୃଷି ବିଭାଗ ବାତ୍ୟା ଉପରେ ନଜର ରଖିଛି ବୋଲି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ କହିଛନ୍ତି । ଶକ୍ତି ବିଭାଗର ୩୩ ହଜାର କର୍ମଚାରୀକୁ ଆମେ ଷ୍ଟାଣ୍ଡବାଏରେ ଗ୍ରାଉଣ୍ଡରେ ରଖିଛୁ । ତାର, ଟ୍ରାନ୍ସଫର୍ମର, କଣ୍ଡକ୍ଟର ସବୁର ବ୍ୟବସ୍ଥା ରଖାଯାଇଛି । ସବୁ ପରିସ୍ଥିତିରେ ଆମେ ରେଷ୍ଟ୍ରୋରେସନ କାମ ପାଇଁ ପଦକ୍ଷେପ ନିଆଯିବ । ପାଣି ଯୋଗାଣକୁ ତ୍ୱରିତ କରିବା ପାଇଁ ଜେନେରେଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଲୋକ ପାଣି ପାଇ ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । 

ବାତ୍ୟା ‘ଦାନା’ ୨୪ ତାରିଖରେ ଲ୍ୟାଣ୍ଡଫଲ୍ କରିବ ବୋଲି କୁହାଯାଉଛି । ସରକାର ତରଫରୁ ମନ୍ତ୍ରୀମାନଙ୍କୁ ମଧ୍ୟ ତଦାରଖ ପାଇଁ କୁହାଯାଇଛି । ସବୁ ସମୀକ୍ଷା ସରିଛି । ସବୁ ବ୍ୟବସ୍ଥା ଚାଲିଛି ବୋଲି କେ.ଭି. ସିଂଦେଓ କହିଛନ୍ତି ।


You Can Read:

ପୁରୀରେ ଯୋଗାଣ ବିଭାଗର ଧରପଗଡ଼, ଉଚିତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପରାମର୍ଶ

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.