ପୁରୀରେ ଯୋଗାଣ ବିଭାଗର ଧରପଗଡ଼, ଉଚିତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପରାମର୍ଶ

Published By : Prameya-News7 Bureau | October 23, 2024 IST

ପୁରୀ ୨୩।୧୦: ପୁରୀରେ ଯୋଗାଣ ବିଭାଗର ଧରପଗଡ ଜାରି। ବାତ୍ୟା ସମୟରେ ଯେପରି ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର କଳାବଜାର ନ ହୁଏ ଓ ଖାଉଟି ହଇରାଣ ନ ହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗାଣ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ କିଛି ଅସାଧୁ ବ୍ୟବସାୟୀ ଲାଭଖୋର ମନୋବୃତ୍ତି ନେଇ କଳାବଜାରୀ କରିବା ସହ କୃତ୍ରିମ ଅଭାବ ସୃଷ୍ଟି କରି ସାଧାରଣ ଖାଉଟିଙ୍କୁ ଶୋଷଣ କରିଥାନ୍ତି । ଆବଶ୍ୟକ ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରିଥାନ୍ତି। ଏହାକୁ ପ୍ରତିହତ କରିବା ସହ ସଠିକ ମୂଲ୍ୟରେ ଖାଉଟି ସାମଗ୍ରୀକୁ ଯୋଗାଣ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧରପଗଡ ଜାରି ରହିଛି। ସମସ୍ତ ବ୍ୟବସାୟୀ ମାନଙ୍କୁ ଉଚିତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପାଇଁ ପରାମର୍ଶ ଦିଆଯାଇଛି। ତାହାର ଅନୁଧ୍ୟାନ ପାଇଁ ଧରପଗଡ ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ କୁମାର ହୋତା ସୂଚନା ଦେବା ସହ ଉଲ୍ଲଘଂନ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି।

You Can Read:

ଜୟ ଜଗନ୍ନାଥ ସାଙ୍ଗକୁ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର, ମହାପ୍ରଭୁଙ୍କ ଭରସାରେ ହଜାର ହଜାର ଭକ୍ତ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.