ଜୟ ଜଗନ୍ନାଥ ସାଙ୍ଗକୁ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର, ମହାପ୍ରଭୁଙ୍କ ଭରସାରେ ହଜାର ହଜାର ଭକ୍ତ

Published By : Prameya-News7 Bureau | October 23, 2024 IST

ପୁରୀ ୨୩।୧୦: ଜୟ ଜଗନ୍ନାଥ ସାଙ୍ଗକୁ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଲା ଶ୍ରୀକ୍ଷେତ୍ର । ବାତ୍ୟା ଦାନା ମାଡ଼ି ଆସୁଥିବା ବେଳେ ମହାପ୍ରଭୁଙ୍କ ଭରସାରେ ଅଛନ୍ତି ହଜାର ହଜାର ଭକ୍ତ। କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବ୍ରହ୍ମାଣ୍ଡର ମାଲିକ। ତାଙ୍କ ନିର୍ଦ୍ଦେଶରେ ହିଁ ସାରା ଜଗତ ପରିଚାଳିତ। ତେଣୁ ମହାପ୍ରଭୁ ଚାହିଁଲେ ବାତ୍ୟା, ମହାବାତ୍ୟା ସବୁକିଛି ଟଳିଯିବ। ପ୍ରବଳ ବର୍ଷା ହେଉ କିମ୍ବା ପବନ ସବୁ କିଛି ମହାପ୍ରଭୁଙ୍କ ହାତରେ। ତେଣୁ ବାତ୍ୟା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ଭକ୍ତମାନେ ସିଂହଦ୍ଵାର ସମ୍ମୁଖରେ ଜୟ ଜଗନ୍ନାଥ ସାଙ୍ଗକୁ ହୁଳହୁଳି ପକାଇ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି। 

ସେପଟେ ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ହେବାକୁ ଥିବାରୁ ଶ୍ରୀମନ୍ଦିର ନିକଟରେ ଭକ୍ତଙ୍କ ପାଇଁ ହୋଇଥିବା ସାମିଆନା ଉପରୁ ପାଲ ଓ ଦରି କଢାଯାଇଛି । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଫାଇଭର ବ୍ୟାରିକେଡ଼ ଗୁଡିକୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ କାଢ଼ି ଦିଆଯାଇଛି। ଆସନ୍ତା ୨୪ ଓ ୨୫ ତାରିଖରେ ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ବହିବାକୁ ଥିବାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଭକ୍ତଙ୍କ ସୁରକ୍ଷାକୁ ପ୍ରଶାସନ ଗୁରୁତ୍ବ ଦେଇଥିବା ବେଳେ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେଭଳି କୌଣସି ପ୍ରଭାବ ନପଡିବ ସେନେଇ ସେବାୟତଙ୍କ ସହ ଆଲୋଚନା ହୋଇଛି । ନିଜ ସୁରକ୍ଷାକୁ ଗୁରୁତ୍ବ ଦେଇ ଏହି ବାତ୍ୟାକୁ ମୁକାବିଲା କରିବା ବୋଲି ଜିଲ୍ଲାପାଳ କହିଛନ୍ତି। 

You Can Read:

‘ଦାନା’ ପାଇଁ OCS ପ୍ରିଲିମ୍ ପରୀକ୍ଷା ସ୍ଥଗିତ, ୭ ଦିନ ପରେ ଧାର୍ଯ୍ୟ ହେବ ନୂଆ ତାରିଖ

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.