ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ରୋଡ ଶୋ' ସହ ସାଧାରଣ ଲୋକଙ୍କୁ ଭେଟିବେ

Published By : Prameya-News7 Bureau | June 24, 2024 IST

କେନ୍ଦୁଝର ୨୪/୦୬: ନିଜ ଗାଁ ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ହେଲିକପ୍ଟର ଯୋଗେ ଅସ୍ଥାୟୀ ହେଲିପ୍ୟାଡ଼ରେ ଓଲ୍ହାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଇକଳାରେ ରୋଡ ଶୋ କରିବା ସହ ସାଧାରଣ ଜନତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । 

ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ପ୍ରଥମ ଗସ୍ତ । ଆଜି ସେ ନିଜ ପୈତୃକ ଘରେ ମଧ୍ୟାହ୍ନ ଭୋଜନ କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦର ଖାଦ୍ୟ ପଖାଳ ଓ ଶାଗ ଭଜା ରନ୍ଧା ହୋଇଛି । କେବଳ ଶାଗ ଭଜା ନୁହେଁ ବରଂ ବଡିଚୁରା, ଆଳୁ-କୁନ୍ଦୁରି ଭଜା, କଲରା ଭଜା ଇତ୍ୟାଦି ପ୍ରସ୍ତୁତି ଚାଲିଛି । 

ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ବେଶ ଖୁସି ଅଛନ୍ତି ତାଙ୍କ ଗ୍ରାମବାସୀ । ରବିବାର କେନ୍ଦୁଝର ଗସ୍ତରେ ତାରିଣୀଙ୍କ ପୀଠ ଯାଇ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଘଟଗାଁ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ରାଜ୍ୟ ସରକାର ଦାବି କରିବେ ବୋଲି ମଧ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.