ଭୁବନେଶ୍ୱର: ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଲା ପ୍ରେମିକ। ବନ୍ଦ ଘରେ ଦୁଇ ପିଲାଙ୍କୁ ତିନିଦିନ ଧରି ଦେଉଥିଲା ଚେଙ୍କ। ଦୁଇ ପିଲାଙ୍କୁ ଗରମ ଚିମୁଟାରେ ଚେଙ୍କ ଦେଉଥିଲା ରାକ୍ଷସ ପ୍ରେମିକ। ମାଆ ସହ ପର ପୁରୁଷର ସମ୍ପର୍କକୁ ବିରୋଧ କରୁଥିଲେ ପିଲା, ଯେଉଁଥି ପାଇଁ ପିଲାଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଥିଲା ପ୍ରେମିକା। ଏଭଳି ଦୁଃଖଦ ଘଟଣା ମୈତ୍ରୀ ବିହାର ଥାନାରେ ଅଟକ ହେଲେ ମାଆ।
ମୈତ୍ରୀ ବିହାର ଥାନା ମହାବୀର ନଗର ବସ୍ତି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା ଅନୁପସ୍ଥିତିରେ ମାଆ ପର ପୁରୁଷ ସହ ରଖିଥିଲା ପ୍ରେମ ସମ୍ପର୍କ। ଏମିତିକି ସବୁଦିନ ଘରକୁ କରୁଥିଲା ଯିବା ଆସିବା। ହେଲେ ଏହି ସବୁକୁ ବରଦାସ୍ତ କରି ପାରିଲେନି ଭାଇ ଭଉଣୀ। କଥାକୁ ବିରୋଧ କରିବାରୁ ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ଚେଙ୍କ ଦେଲା ମାଆ।
ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କ ବୟାନ ରେକର୍ଡ କରିବା ସହ ମାଆକୁ କାବୁ କରିଛି। ସେପଟେ ଚେଙ୍କ ଦେଇଥିବା ପ୍ରେମିକକୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୋଲିସ। ସେପଟେ ଆଜି ଶିଶୁ ଦିବସ ହୋଇଥିବା ବେଳେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।