‘ସହମତି ସମ୍ପର୍କ ବୟସ ସୀମା’କୁ ନେଇ ସିଜେଆଇଙ୍କ ଚିନ୍ତା ପ୍ରକଟ, କହିଲେ ଆଇନ ଉପରେ ତର୍ଜମା ହେବା ଆବଶ୍ୟକ

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ‘ସହମତି ସମ୍ପର୍କ ବୟସ ସୀମା’ ଆଇନ ଉପରେ ହେବ ପୂନର୍ବିଚାର । ପୋକ୍ସୋ ଆଇନ ଅଧୀନରେ ଆସୁଥିବା ଏହି ବିଧେୟକ ଉପରେ ପୁଣି ଥରେ ବିଚାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି ଓ୍ବାଇ ଚନ୍ଦ୍ରଚୂଡ଼। ୨୦୧୨ ଅଧିନିୟମ ଅନୁଯାୟୀ, ବିବାହ ପୂର୍ବରୁ ପୁଅ ଓ ଝିଅଙ୍କ ମଧ୍ୟରେ ‘ସହମତି ସମ୍ପର୍କ ବୟସ ସୀମା’ ୧୮ ବର୍ଷ ରହିଛି । ହେଲେ ଏହାଠାରୁ କମ୍ ବୟସ୍କଙ୍କ ମଧ୍ୟରେ ସମ୍ପର୍କ ଆଇନ ବିରୋଧୀ ।

ପୋକ୍ସୋ ଆଇନକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଜେଆଇ ଜଷ୍ଟିସ୍ ଡି ଓ୍ବାଇ ଚନ୍ଦ୍ରଚୂଡ଼ ଏହି ପ୍ରସଂଗ ଉଠାଇଥିଲେ । ସହମିତରେ ଶାରୀରିକ ସମ୍ପର୍କ ବୟସ ସୀମାରେ ଉପରେ ପୁଣି ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସିଜେଆଇ କହିଛନ୍ତି । ୧୮ ବର୍ଷରୁ କମ୍ ବୟସ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିଲେ ଏହା ପୋକ୍ସୋ ଆଇନ ଆଧାରରେ ଅପରାଧ । ସହମତିରେ ନାବାଳକ ଓ ନାବାଳିକାଙ୍କ କ୍ଷେତ୍ରରେ ହେଉଥିଲେ ବି ଆଇନ ବିରୋଧୀ । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ପୋକ୍ସୋ ଆକ୍ଟରେ କିଛି ମାନେ ରଖେନାହିଁ ।  ଜଣେ ଜର୍ଜ ଭାବେ ଏହାକୁ ବିଚାରକୁ ନେଲେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ତେଣୁ ଏହି ବିଧେୟକ ଉପରେ ଅଧିକ ବିଚାର କରିବା ଦରକାର ବୋଲି ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ।

କିଛି ପୂର୍ବରୁ ସହମତିରେ ଶାରିରୀକ ଆଇନକୁ ନେଇ ଆପତ୍ତି ଉଠାଇଥିଲେ ମାଦ୍ରାସ ହାଇକୋର୍ଟ । ଏହି ଆଇନ ସଂଶୋଧନ ହେବାର ଆବଶ୍ୟକତା ରହିଛି ଏବଂ ଏହାକୁ ମଧ୍ୟ ପ୍ରତୀକ୍ଷା କରାଯାଉଛି ବୋଲି କୋର୍ଟ କହିଥିଲେ । ଏହାରି ଭିତରେ ସିଜେଆଇଙ୍କ ଏହି ଟିପ୍ପଣୀ ପ୍ରସଂଗ ଉପରେ ପ୍ରଶ୍ନର ପାହାଡ଼ ଛିଡ଼ା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.