ବେଆଇନ ସରୋଗେସିର ଭିତିରି କଥା; ଗର୍ଭ ଧାରଣ ପାଇଁ ଭଡ଼ାରେ ମିଳୁଛି ମାତୃତ୍ବ, ୧୫ ଲକ୍ଷରୁ ପ୍ୟାକେଜ୍ ଆରମ୍ଭ !

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ; ଭଡ଼ାରେ ଗର୍ଭ ଧାରଣ । ସରୋଗେସିରେ ପିଲା ଜନ୍ମ । ଉଧାରୀ ଗର୍ଭ । କିଛି ଦିନ ପୂର୍ବରୁ ନୂଆ ଲାଗୁଥିବା ଏ ଶବ୍ଦ ଏବେ ସତେ ଯେପରି ଶବ୍ଦକୋଷରୁ ହଟିଗଲାଣି । ଉଧାରୀରେ ଗର୍ଭ ଧାରଣ ପାଇଁ ମିଳୁନାହାନ୍ତି ମହିଳା । କମିବାରେ ଲାଗିଛି ସରୋଗେସି ବନ୍ଦୋବସ୍ତ । ଯାହା ଫଳରେ ଭଡ଼ା ଗର୍ଭ ଶବ୍ଦ ବ୍ୟବହାର କମିଛି । ସରୋଗେସିର ଅର୍ଥ ହେଉଛି, ବଡ଼ ବଡ଼ିଆଙ୍କ ପାଇଁ ସାଧାରଣ ମହିଳା ଗର୍ଭ ଧାରଣ କରିଥାନ୍ତି । ୯ ମାସ ପିଲାକୁ ପେଟରେ ପାଳିବା ପରେ ଶିଶୁକୁ ଜନ୍ମ ଦେଇ ଫେରାଇ ଦେଇଥାନ୍ତି । ବିଶେଷ କରି ବିଦେଶୀ ଦମ୍ପତିମାନେ ସରୋଗେସି ବନ୍ଦୋବସ୍ତ ବେଶ୍ ଆପଣାଇଥାନ୍ତି ।

 

ବିଦେଶୀ କପଲ୍‌ଙ୍କ ପାଇଁ ଭାରତ ସରୋଗେସି ଟୁରିଜମ୍ । ଉଧାରୀ ଗର୍ଭ ପାଇଁ ବାରମ୍ବାର ଭାରତ ଆସୁଥିଲେ ଦମ୍ପତି । ଭାରତକୁ କୁହାଯାଉଥିଲା ବେବି ଫ୍ୟାକ୍ଟ୍ରି । ଏଥିପାଇଁ ସ୍ବତନ୍ତ୍ର କ୍ଲିନିକ୍ ମଧ୍ୟ ଗଢ଼ି ଉଠିଥିଲା । ଇଚ୍ଛା ନଥିଲେ ବି ସ୍ବଳ୍ପ କିଛି ପାଇସା ପାଇଁ ଏହି କାମ କରୁଥିଲେ କିଛି ମହିଳା । ଭଡ଼ାରେ ଗର୍ଭ ଧାରଣ କରିବା ଠାରୁ ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ହସ୍ପିଟାଲ ସମସ୍ତ ସୁବିଧା କରାଉଥିଲେ । ଧୀରେ ଧୀରେ ଏହା ବଢ଼ିବାରେ ଲାଗିଲା । ବେଆଇନ ଭାବେ ଭଡ଼ାରେ ଗର୍ଭ ଯୋଗାଇ ଦେଲେ ଛୋଟ ଛୋଟ କ୍ଲିନିକ୍ ଓ ହସ୍ପିଟାଲ । ଏହା ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ଆଣିଲେ ଆଇନ । ହେଲେ ପ୍ରଚୁର ପଇସା ମିଳୁଥିବାରୁ ଏହା ଉପରେ ସାମାନ୍ୟ ରୋକ୍ ଲାଗି ପାରିଲା । 

ଏବେ ପୁଣି ମୁଣ୍ଡ ଟେକିଲା ସରୋଗେସି କାରବାର । ଦିଲ୍ଲୀରେ ଆକ୍ଟିଭ୍ ହେଲେଣି ଏଜେଣ୍ଟ ।  ୧୫ରୁ ୪୦ ଲକ୍ଷ ଟଙ୍କାରେ ଡିଲ୍ କ୍ଲୋଜ୍ । ଚୁପଚାପ୍ ଚାଲିଛି ବେଆଇନ ବ୍ୟବସାୟ । ସରୋଗେସି ପାଇଁ ଗୁରୁଗ୍ରାମରେ ଡାକ୍ତରଙ୍କ ପୂର୍ବରୁ କୋର୍ଡିନେଟର ଡିଲ୍ ଫାଇନାଲ୍ କରୁଛନ୍ତି । ଯେବେ ସୁନ୍ଦର ଏବଂ ସୁସ୍ଥ ମହିଳା ସେହି ହିସାବରେ ପଇସା । ରେଟ୍ ବୁଝାମଣା ପରେ ଉଧାରୀ ଗର୍ଭ ପାଇଁ ୧୦ରୁ ୧୫ଟି ମହିଳାଙ୍କ ସ୍କ୍ରିନିଂ କରୁଛନ୍ତି ହସ୍ପିଟାଲ୍ । ହରିୟାଣା, ବିହାର ଓ ୟୁପି ମହିଳାମାନଙ୍କର ରେଜଲ୍ଟ ଅଧିକ । ଡିଲ୍ ଫାଇନାଲ୍ ହେବାର ୧୫ ମାସ ପରେ ନବଜାତକ ପହଞ୍ଚୁଛି ଘରେ । ଡେଲିଭରୀ ପରେ ମା’ ଓ ଶିଶୁକୁ ଅଲଗା କରାଯାଉଛି । ପିଲଙ୍କୁ ଘରେ ପହଞ୍ଚାଇବା ଦାୟିତ୍ବ ନେଉଛନ୍ତି ହସ୍ପିଟାଲ୍ ଏବଂ ଏଜେଣ୍ଟ ।

୧୦ ବର୍ଷ ପୂର୍ବରୁ ଭାରତରେ ଜୋରଦାର ଚାଲିଥିଲା ଏଭଳି ଭଡ଼ା ଗର୍ଭ ଧାରଣ । ଝାଡ଼ଖଣ୍ଡରୁ ଏକ ସରୋଗେସି ରାକେଟକୁ ଧରିଥିଲା ପୋଲିସ । ପ୍ରାୟ ୧୩ରୁ ୧୪ ବର୍ଷ ବୟସର ନାବାଳିବାଙ୍କୁ ସରୋଗେଟ୍ ବନା ଯାଇଥିଲା । ଜଣେ ଝିଅଙ୍କ ଠାରେ ୬ଥର ଭଡ଼ା ଗର୍ଭ ରଖାଯାଇଥିଲା । ଆଦିବାସୀ ନାବାଳିକାଙ୍କୁ କେୟାର ଟେକର ଭାବେ କାମ କରାଇବାକୁ ଆଣି ଏହି ସରୋଗେଟ୍ କରାଯାଉଥିବା ଅଭିଯୋଗ ହୋଇଥିଲା ... ଏହା ଉପରେ ଆକ୍ସନ୍ ମଧ୍ୟ ହୋଇଛି। ହେଲେ  ରାଜଧାନୀ ଦିଲ୍ଲୀରେ ପୁଣି ଆରମ୍ଭ ହେଲାଣି ସରୋଗେସି ମଦର୍ ଯୋଗାଣ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.