ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ନ୍ୟାସନାଲ ଆଲାଏନ୍ସ କମିଟି ଗଠନ, ସିଟ୍‌ ସେୟାରିଂକୁ ନେଇ ‘ଇଣ୍ଡିଆ ମେଣ୍ଟ’ ସହ କରିବ ଆଲୋଚନା

Published By : Prameya-News7 Bureau | December 19, 2023 IST

ନୂଆଦିଲ୍ଲୀ: ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ କଂଗ୍ରେସ ଏକ କମିଟି ଗଠନ କରିଛି। ଯାହାର ନାଁ ରହିଛି ନ୍ୟାସନାଲ ଆଲାଏନ୍ସ କମିଟି। ଏଥିରେ ପାଞ୍ଚ ଜଣ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି। ଏହି ପାଞ୍ଚ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସଲମାନ ଖୁର୍ସିଦ, ମୋହନପ୍ରକାଶ। ମୁକୁଲ ବାସନିକଙ୍କୁ କମିଟିର ସଂଯୋଜକ କରାଯାଇଛି। ଏହି କମିଟି ୨୦୨୪ ଲୋକସଭା ନିର୍ବାଚନରେ ସିଟ୍‌ ସେୟାରିଂ ପାଇଁ ମେଣ୍ଟ ସହ ଆଲୋଚନା କରିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟ ବୈଠକ; ସିଟ୍ ସେୟାରିଂ ନେଇ ହେବ ଆଲୋଚନା

ସୂଚନାଥାଉକି, ମଙ୍ଗଳବାର ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ ହେବ। ଏହି ବୈଠକରେ ଅଖିଳେଶ ଯାଦବ, ତେଜସ୍ବୀ ଯାଦବ, ଜୟନ୍ତ ଚୌଧୁରୀ, ଫାରୁକ ଅବ୍ଦୁଲା ଏବଂ ଶରଦ ପଓ୍ବାରଙ୍କ ସମେତ ଅନେକ ନେତା ଭାଗ ନେବେ। ଆଉ ଏହା ପୂର୍ବରୁ ହିଁ ଏହି କମିଟିର ଘୋଷଣା ହୋଇଛି।

ତେବେ ଇଣ୍ଡିଆ ମେଣ୍ଟର ବୈଠକରେ ଲୋକସଭା ସିଟ୍‌ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହି ବୈଠକ ପାଇଁ ଲାଲୁ ଯାଦବ, ନୀତୀଶ କୁମାର, ଅଖିଳେଶ ଯାଦବ, ମମତା ବାନାର୍ଜୀ, ଫାରୁକ ଅବ୍ଦୁଲା, ମହବୁବା ମୁଫତୀ, ଶରଦ ପଓ୍ବାର ସମେତ ସମୁଦାୟ ୨୮ ଦଳର ନେତା ପହଞ୍ଚି ସାରିଛନ୍ତି। ଏହା ବ୍ୟତୀତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ଏହି ବୈଠକରେ ଯୋଗଦେବେ।

ଆହୁରି ପଢ଼ନ୍ତୁ: ଉପରାଷ୍ଟ୍ରପତିଙ୍କ ମିମିକ୍ରି କଲେ ଟିଏମସି ସାଂସଦ, ଭିଡିଓ କରୁଥିଲେ ରାହୁଲ; ଧନଖଡ଼ କହିଲେ- ଲଜ୍ଜାଜନକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.