ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସର ଓଡ଼ିଶା ପ୍ରଭାରୀ, କହିଲେ- 'ସରକାରଙ୍କୁ ନାହିଁ ମହିଳା ଓ ଶିଶୁଙ୍କ ଚିନ୍ତା'

Published By : Prameya-News7 Bureau | March 21, 2025 IST

ଭଦ୍ରକ: ଭଦ୍ରକ ଜିଲ୍ଲା ସହିଦ ସ୍ମୃତି ଭବନରେ ଆୟୋଜିତ ଜିଲ୍ଳା କଂଗ୍ରେସ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ। 

ସେ କହିଛନ୍ତି ‘‘ଓଡ଼ିଶାରେ ମହିଳା ଓ ଝିଅ ସୁରକ୍ଷିତ ନୁହନ୍ତି। ସଦନରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ୨୦୨୦ରୁ ୨୦୨୪ ମଧ୍ୟରେ ଅନ୍ୟରେ ୩୬ ହଜାର ୪୨୦ ମହିଳା ୮୪ ହଜାର ୩ ଜଣ ଶିଶୁ ନିଖୋଜ ଅଛନ୍ତି । ସେହିଭଳି ବିଜେପି ସରକାରକୁ ଆସିବା ପରେ କେତେ ମହିଳା ଓ ଶିଶୁ ନିଖୋଜ ଅଛନ୍ତି ବୋଲି କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ ସରକାର କହିଛନ୍ତି ୨୦ ହଜାର ୬୦ ଜଣ ମହିଳା ଓ ଶିଶୁ ନିଖୋଜ ଅଛନ୍ତି। ତା’ ହେଲେ ଗୃହ ବିଭାଗ କରୁଛି କଣ ?’’


‘‘ସରକାର ଓ ମୁଖ୍ୟମନ୍ତ୍ରୀ ଙ୍କୁ ମହିଳା ଓ ଶିଶୁଙ୍କ ଚିନ୍ତା ନାହିଁ। ଚଣ୍ଡିଆ ଗାଁରେ ଛାତ୍ରୀଙ୍କୁ ନ୍ୟାୟ ମିଳିଲା ନାହିଁ, ପୋଲିସ, କାନୁନ ବ୍ୟବସ୍ଥା, ଅପରାଧୀ ଓ ସରକାର ମିଳିତ ଅଛନ୍ତି । ନୟାଗଡ଼ରେ ଛାତ୍ରୀ ଶିଶୁ ଜନ୍ମ କଲେ ଯିଏ ସରକାରୀ ହଷ୍ଟେଲ ରେ ଥିଲେ । କିନ୍ତୁ ଆମେ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଲଢେଇ କରିବୁ । ଆସନ୍ତା ୨୭ ତାରିଖରେ ମହିଳାଙ୍କ ସୁରକ୍ଷା ପାଇଁ କଂଗ୍ରେସ ଦଳ ବିଧାନସଭା ଘେରିବ।’’ 

କାର୍ଯ୍ୟକ୍ରମରେ ବାସୁଦେବପୁର ବିଧାୟକ ଆଶୋକ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଅନନ୍ତ ସେଠୀ, ଅସିତ୍ ପଟ୍ଟନାୟକଙ୍କ ସହ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.